ସୁସ୍ଥ ହେଲେ ଆଉ ୪୫୭ ଜଣ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…
1 min readଭୁବନେଶ୍ୱର: କରୋନା ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା । ସୁସ୍ଥ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସୁସ୍ଥତା ମଧ୍ୟ ବଢ଼ୁଚି । ଆଜି ଆଉ ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧୨ ହଜାର ୯୧୦ରେ ପହଞ୍ଚିଛି ।
Another 457 #COVID19 positive patients have recovered and are being discharged on 20.7.2020.
118 from Ganjam
53 from Nayagarh
44 from Cuttack
38 from Sundergarh
32 from Khurdha
22 from Gajapati
20 from Jajpur
18 from Nuapada
17 from Balasore
15 from Mayurbhanj— H & FW Dept Odisha (@HFWOdisha) July 20, 2020
ଆଜି ଗଞ୍ଜାମରୁ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରୁ ୩୮, ଖୋର୍ଦ୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡ଼ରୁ ୧୮, ବାଲେଶ୍ୱରରୁ ୧୭, ମୟୂରଭଞ୍ଜରୁ ୧୫, ଅନୁଗୁଳ ଓ କୋରାପୁଟରୁ ୧୧ ଜଣ ଲେଖାଏଁ, ମାଲକାନିଗିର ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏଁ, କେନ୍ଦୁଝରରୁ ୭, ଝାରସୁଗୁଡ଼ାରୁ ୬, ବୌଦ୍ଧରୁ ୫, ଦେବଗଡ଼ରୁ ୪, ବରଗଡ଼-ନବରଙ୍ଗପୁର ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ବଲାଙ୍ଗିର-ପୁରୀ ଓ ରାୟଗଡ଼ରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ-ଢେଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।
ଗତ ୨୪ ଘଣ୍ଟାରେ ୬୭୩ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୧୧୦ରେ ପହଞ୍ଚିଛି । ଆଜି ୪୫୭ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ସଂଖ୍ୟା ୧୨ ହଜାର ୯୧୦ ରହିଛି । ଯେତେବେଳେ କି ୯୭ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
କଟକ ଓ ଭୁବନେଶ୍ୱରରୁ ୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ବଢ଼ୁଛି ସୁସ୍ଥତା ହାର