ରାଜ୍ୟରେ କରୋନାରୁ ଆଉ ସୁସ୍ଥ ହେଲେ ୧୪୬୦ ଜଣ

1 min read
Another 1641 Covid patients have recovered and are being discharged

ଭୁବନେଶ୍ୱର: ସଂକ୍ରମଣ କମିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୪୬୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୫୩୩ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ୧୧୦ ଜଣ, କଟକରୁ ୧୦୭ ଜଣ,  ସୁନ୍ଦରଗଡ଼ରୁ ୯୭ ଜଣ, ଜଗତସିଂହପୁରରୁ ୯୩ ଜଣ, କେନ୍ଦୁଝରରୁ ୯୦ ଜଣ, ଅନୁଗୁଳରୁ ୮୪ ଜଣ, ବଲାଙ୍ଗିରରୁ ୬୭ ଜଣ, ମୟୂରଭଞ୍ଜ ଓ ନୂଆପଡ଼ାରୁ ୬୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୫୦ ଜଣ, ଢେଙ୍କାନାଳରୁ ୪୧ ଜଣ, କଳାହାଣ୍ଡିରୁ ୪୦ ଜଣ, ନୟାଗଡ଼ରୁ ୩୫ ଜଣ, ଝାରସୁଗୁଡ଼ାରୁ ୩୩ ଜଣ, ବରଗଡ଼ ଓ ପୁରୀରୁ ୩୨ ଜଣ ଲଖାଏଁ, ଯାଜପୁରରୁ ୨୯ ଜଣ, ନବରଙ୍ଗପୁରରୁ ୨୮ ଜଣ, ଗଞ୍ଜାମରୁ ୨୬, ସମ୍ବଲପୁରରୁ ୨୩, କୋରାପୁଟରୁ ୨୨, କନ୍ଧମାଳରୁ ୧୯, ବୌଦ୍ଧରୁ ୧୫ ଜଣ, ଭଦ୍ରକରୁ ୧୪ ଜଣ, ସୋନପୁରରୁ ୧୩, ଦେବଗଡ଼ ଓ ମାଲକାନଗିରିରୁ ୧୧ ଜଣ, ଗଜପତିରୁ ୧୦ ଜଣ, ରାୟଗଡ଼ାରୁ ୮ ଜଣ ଏବଂ ରାଜ୍ୟପୁଲରୁ ୩୧ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୯୭ ହଜାର ୨୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୮୩ ହଜାର ୫୩୩କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜଧାନୀ ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।

Leave a Reply