ଆଉ ୧୩୭୬ କରୋନା ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୩୦ ଜିଲ୍ଲାକୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୮୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ମୋଟ ୭୨୮ କରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି ।  ଏଥିସହିତ ରାଜ୍ୟରେ ମୋଟ କରୋନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୫ ହଜାର ୯୨୮ରେ ପହଞ୍ଚିଛି ।  ତେବେ ସମସ୍ତ ସୁସ୍ଥ ଓ ମୃତ ରୋଗୀଙ୍କୁ ବାଦ ଦେଲେ ରାଜ୍ୟରେ ବର୍ତ୍ତମାନ ମୋଟ ୯୨୮୭  ଜଣ କରୋନା ସଂକ୍ରମିତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ହୋମ୍‌ରେ ରହିଛନ୍ତି ।

ଗଞ୍ଜାମରୁ ସର୍ବାଧିକ ୪୮୪, ଖୋର୍ଦ୍ଧାରୁ ୧୮୭, କେନ୍ଦୁଝରରୁ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦, ବାଲେଶ୍ୱରରୁ ୨୯, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ବଲାଙ୍ଗୀରରୁ ୧୯, ସମ୍ବଲପୁରରୁ ୧୭, ଢେଙ୍କାନାଳ ଓ ମାଲକାନଗିରିରୁ ୧୫, କନ୍ଧମାଳରୁ ୧୨, ଦେଓଗଡ଼, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ାରୁ ୧୧ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୦, ଯାଜପୁର ଓ ବୌଦ୍ଧରୁ ୮ଜଣ ଲେଖାଏଁ, କୋରାପୁଟ ଓ ବରଗଡ଼ରୁ ୭ଜଣ ଲେକାଏଁ, ଝାରସୁଗୁଡ଼ାରୁ ୬, ସୋନପୁର ଓ ଅନୁଗୁଳରୁ ୫ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave a Reply