କଡ଼ ଲେଉଟାଇଲାଣି କରୋନା: ରାଜ୍ୟରେ ୩ ଅଙ୍କ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ କରୋନାର ଦ୍ୱିତୀୟ ଲହରୀ ଖେଳାଇଲାଣି ଆତଙ୍କ  । ଦୁଇରୁ ପୁଣି ତିନି ଅଙ୍କ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ୨୪ ଘଣ୍ଟାରେ ରାଜ୍ୟରେ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । କ୍ୱାରେଣ୍ଟାଇନ୍‌ରୁ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟରୁ ୪୬ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି  । ଗତକାଲି ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ  । ଆଜି ୧୧୦ଜଣଙ୍କୁ ଚିହ୍ନଟ କରାଯାଇଛି । ଗତକାଲି କରୋନା ୧୭ଟି ଜିଲ୍ଲାରେ ସୀମିତ ଥିବା ବେଳେ ଆଜି ୨୨ଟି ଜିଲ୍ଲାକୁ ବ୍ୟାପିଛି  । ଆଜି କଟକରୁ ୨୦, ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜ ଓ ନୂଆପଡ଼ାରୁ ୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ଅଛନ୍ତି  । ସେହିପରି ସୁନ୍ଦରଗଡ଼ରୁ ୭, ଗଞ୍ଜାମ ଓ ଅନୁଗୁଳରୁ ୬ ଲେଖାଏ, ବରଗଡ଼ରୁ ୪, ଯାଜପୁରରୁ ୫, ସମ୍ବଲପୁର ଓ ଝାରସୁଗୁଡ଼ାରୁ ୪ ଲେଖାଏ, ଷ୍ଟେଟ୍ ପୁଲରୁ ୩, ପୁରୀରୁ  ୩, ବାଲେଶ୍ୱର ଓ ଦେବଗଡ଼ରୁ ୨, ନବରଙ୍ଗପୁର, କଳାହାଣ୍ଡି ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି  । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୩୮ହଜାର ୫୯୯ରେ ପହଞ୍ଚିଛି  । ସେମଧ୍ୟରୁ ୩ ଲକ୍ଷ ୩୫ହଜାର ୯୨୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏବେବି ୭୦୫ ସକ୍ରିୟ ମାମଲା ରହିଛି  ।

ଏଥିସହିତ ପଢ଼ନ୍ତୁ: ଗୋଟିଏ ନମ୍ୱରରେ ମିଳିବ ୩ ସେବା: ସନ୍ଧ୍ୟାରେ ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

Leave a Reply