ମୃତ ଶ୍ରମିକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ବର : ବିହାରର ପାଟନା ଦୁର୍ଘଟଣାରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରମିକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ପାଟନା ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପ ଦୁର୍ଘଟଣାରେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡି ଗାଁର ମନୋଜ ବେହେରା ଏବଂ କାଦୁଆ ଗାଁର ବିଜୟ ବେହେରାଙ୍କର ମୃତ୍ୟୁ ଘଟିଛି।