spot_img

Latest Posts

ପେଗାସସର ଟାର୍ଗେଟରେ ଅନିଲ ଅମ୍ବାନୀଙ୍କ ସହ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଶିଳ୍ପପତି ଅନୀଲ ଅମ୍ବାନୀ, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା, ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଓ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଏ.କେ. ଶର୍ମାଙ୍କୁ ପେଗାସସ ଜରିଆରେ ଟାର୍ଗେଟ କରାଯାଇଛି। ଦି ୱାଇରରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଫ୍ରାନ୍ସର ନନପ୍ରଫିସ ଫରବିଡେନ ଷ୍ଟୋରିଜ ଓ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ସହଭାଗିତାରେ ଚାଲିଥିବା ଦି ୱାଇର ପକ୍ଷରୁ କୁହାଯାଇଛି ଯେ ଅନୀଲ ଅମ୍ବାନୀଙ୍କ କେତେକ କର୍ମଚାରୀ, ଫ୍ରାନସ କମ୍ପାନୀ ଡାସଲ୍ଟ ଆଭିଏସନରର ଭାରତ ପ୍ରତିନିଧି ଭେଙ୍କଟରାଓ ରୋସିନାଙ୍କ ଫୋନକୁ ପେଗାସସ ଜରିଆରେ ଟାର୍ଗେଟ କରାଯାଇଛି।

ସେହିପରି ୨୦୧୮ରେ ଆଲୋକ ବର୍ମାଙ୍କ ଫୋନ ନମ୍ବରକୁ ଟାର୍ଗେଟ କରାଯାଇଥିଲା। ସେହି ବର୍ଷ ତାଙ୍କର ଡେପୁଟି ରାକେଶ ଆସ୍ଥାନାଙ୍କ ବିରୋଧରେ ଆଲୋକ ବର୍ମା ବିଭିନ୍ନ କାରଣକୁ ନେଇ ମାମଲା ଦାୟର କରିଥିଲେ। ସିବିଆଇରେ ବିବାଦ ପରେ ଏ.କେ. ଶର୍ମାଙ୍କୁ ଅନ୍ୟ ଏକ ବିଭାଗକୁ ବଦଳି କରିଦିଆଯାଇଥିଲା। ଆଲୋକ ବର୍ମାଙ୍କ କିଛି ପରିବାର ସଦସ୍ୟଙ୍କ ଫୋନ ବି ଟାର୍ଗେଟରେ ଥିଲା ବୋଲି କୁହାଯାଇଛି।

ଅପରପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କର ସମସ୍ତ ଫୋନକୁ ପେଗାସସ ଜରିଆରେ ଟ୍ୟାପ କରାଯାଇଛି । ଏନେଇ ଗୁଇନ୍ଦା ବିଭାଗ ଠାରୁ ତାଙ୍କ ନିକଟକୁ ସୂଚନା ଆସିଛି ବୋଲି ସେ କହିଛନ୍ତି। ଏହି ଘଟଣାରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି।

 

Latest Posts

Don't Miss