୪ କୋଟି ସମ୍ପତ୍ତିର ମାଲିକାଣୀ ଅଙ୍ଗନୱାଡ଼ି ଦିଦି

Anganwadi Worker Assets Worth 4 Crore Vigilance

ଭୁବନେଶ୍ୱର: ଅଙ୍ଗନୱାଡ଼ି ଦିଦିଙ୍କ ଅମାପ ସମ୍ପତ୍ତି । ଭିଜିଲାନ୍ସ ଯେତେ ଖୋଜୁଛି, ସେତେ ମିଳୁଛି । ରେଡ୍ ବେଳେ କୋରଡକଣ୍ଟା ଅଙ୍ଗନୱାଡ଼ି ଦିଦିଙ୍କଠାରୁ ୪ କୋଟି ମୂଲ୍ୟର ଆୟ ବହିର୍ଭୂତ ସମ୍ପତ୍ତି ପାଇଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଉପକଣ୍ଠ କୋରଡକଣ୍ଟା ଅଙ୍ଗନୱାଡ଼ି କର୍ମୀ କବିତା ମାଥନଙ୍କ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା ।

 Anganwadi Worker Assets Worth 4 Crore Vigilance

ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ୬ଟି ସ୍ଥାନରେ ହୋଇଥିବା ରେଡ୍ ହୋଇଥିଲା । ଭୁବନେଶ୍ୱରରେ ଦିଦିଙ୍କ ୪ଟି ଘର ରହିଛି । ଗୋଟିଏ ୪ ମହଲା କୋଠା, ଗୋଟିଏ ତିନି ମହଲ କୋଠା ଓ ୨ଟି ଦୁଇ ମହଲା କୋଠା ଅଛି । ସେହିଭଳି ୧୪ଟି ପ୍ଲଟ ମଧ୍ୟରୁ ୧୦ଟି ଜାଗା ଭୁବନେଶ୍ୱରରେ ରହିଛି । ଜଗତସିଂହପୁର ତାଳକସୁମାରେ ୩ଟି ପ୍ଲଟ, ବାଲିଅନ୍ତାରେ ଗୋଟିଏ ପ୍ଲଟ ଅଛି ।

 Anganwadi Worker Assets Worth 4 Crore Vigilance

ଗୋଟିଏ ୪ ଚକିଆ, ୩ଟି ଦୁଇ ଚକିଆ, ୨.୨ ଲକ୍ଷ ଟଙ୍କାର ବୀମା, ୨୧୨ ଗ୍ରାମର ସୁନା ଅଳଙ୍କାର ଯାହାର ମୂଲ୍ୟ ୬.୩୬ ଲକ୍ଷ ଟଙ୍କା । ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି । କୋଟିପତି ଅଙ୍ଗନୱାଡ଼ି ଦିଦିଙ୍କ ସ୍ୱାମୀ ତହସିଲ କାର୍ଯ୍ୟାଳୟର ଜଣେ ମହୁରିଅର । ଉଭୟେ ସ୍ୱଳ୍ପ ବେତନଭୋଗୀ ସତ୍ତ୍ୱେ ଏତେ ପରିମାଣର ସମ୍ପତ୍ତିର ମାଲିକ କିଭଳି ହେଲେ ତାହାର ଅନୁସନ୍ଧାନ କରୁଛି ଭିଜିଲାନ୍ସ ।

Leave a Reply