‘NHI ପାଇଁ ଭୁବନେଶ୍ୱର ଜଳବନ୍ଦୀ, ରାଜ୍ୟ ସରକାର ଦେଇଛନ୍ତି ୧୩୦ କୋଟି ଟଙ୍କା’

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ଜଳବନ୍ଦୀକୁ ନେଇ ସାଂସଦ ଅପରାଜିତାଙ୍କ ଟ୍ୱିଟ୍‌ ପରେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ଏହା ସହିତ  ଜଳବନ୍ଦୀ ସ୍ଥିତିକୁ ନେଇ ଜାତୀୟ ରାଜପଥ ପ୍ରାଧିକରଣର ଅବହେଳାକୁ ଦାୟୀ କରିଛନ୍ତି ଓ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଜାତୀୟ ରାଜପଥ ପ୍ରାଧିକରଣ ସହିତ ସାଂସଦ ଆଲୋଚନା କରନ୍ତୁ ବୋଲି କହିଛନ୍ତି ।

ବିଧୟକ କହିଛନ୍ତି ଯେ, ଭୁବନେଶ୍ୱର ସାଂସଦ ଅପରାଜିତ ଷଢଙ୍ଗୀ କମିଶନର ଥିବା ସମୟରେ ଜଳବନ୍ଦୀ ସମସ୍ୟାକୁ ଭଲଭାବରେ ଜାଣିଛନ୍ତି। କେବଳ ଟ୍ୱିଟ କରିନଦେଇ ଜନପ୍ରତିନିଧି ଭାବେ ଏନଏଚଏଆଇ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ।  ଖାଲି ଟ୍ୱିଟ କଲେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗ NHI ପାଖରେ ପହଞ୍ଚି ଭୁବନେଶ୍ୱରରେ ଜାତୀୟ ରାଜପଥ କଡ଼ରେ ଡ୍ରେନ୍‌ କରିବାର ବ୍ୟବସ୍ଥା କରନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି ଭୁବନେଶ୍ୱର ଭିତରେ  ୧୦ଟି ମେନ୍‌ ଡ୍ରେନ୍‌ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ଭୁବନେଶ୍ୱରର ସ୍ଥିତି ନେଇ NHIର ବିଲକୁଲବି ଚିନ୍ତା ନାହିଁ। ଯେତେବେଳେ କି ଭୁବନେଶ୍ୱରରେ ଜଳବନ୍ଦୀ କେବଳ NHI କାରଣରୁ ହିଁ ହେଉଛି। ମହାନଗର ନିଗମରେ NHI ଯେତିକି କାମ କରିବା କଥା ସେତିକି କରୁନାହିଁ।  ଯଦି NHI ରାସ୍ତା କଡ଼ରେ ବର୍ଷା ପାଣି ଯିବା ପାଇଁ ଡ୍ରେନ୍‌ ହୋଇଥାନ୍ତା ତେବେ ବର୍ଷା ପାଣି ଆଜି ସହର ଭିତରକୁ ପ୍ରବେଶ କରିନଥାନ୍ତା କି ଇଷ୍କନ ସାମ୍ନାରେ ଅଣ୍ଟାଏ ଉଚ୍ଚର ପାଣି ଜମା ହୋଇନଥାନ୍ତା। ସେଥିପାଇଁ NHIକୁ ଏଥିପାଇଁ ଧ୍ୟାନ ଦେବାକୁ କହିଛନ୍ତି ଅନନ୍ତ ନାରାୟଣ ଜେନା। ଭୁବନେଶ୍ୱରରେ ଏବେ ଯେଉଁ ଯେଉଁ ସ୍ଥାନରେ ପାଣି ଜଣା ହୋଇଥିଲା ତାକୁ ଏବେ ଜଳମୁକ୍ତ କରାଯାଉଛି। ରାଜ୍ୟ ସରକାରଙ୍କର ପୁରା ଟିମ୍‌ ଜଳବନ୍ଦୀକୁ ମୁକ୍ତ କରିବା ପାଇଁ କାର୍ଯ୍ୟ ଜାରି ରଖିଛି ବୋଲି ଭୁବନେଶ୍ୱରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।

 

Leave a Reply