କଥା ଦେଇ କଥା ରଖିଲେ ଆନନ୍ଦ ମହିନ୍ଦ୍ରା

1 min read

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ନିଜେ ଦେଇଥିବା କଥା ପୂରଣ କରିଛନ୍ତି । ଆନନ୍ଦ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ପ୍ରତ୍ୟେକ ଭିଡିଓ କ୍ଷଣକରେ ଭାଇରାଲ ହୋଇଥାଏ । ସେ ସେୟାର କରୁଥିବା ଅନେକ ଭିଡିଓ ଲୋକଙ୍କୁ ପ୍ରେରଣା ଦେବା ସହ କିଛି ନା କିଛି ଶିକ୍ଷା ଦେଇଥାଏ। ଏଥିସହ ମହିନ୍ଦ୍ରା ଗ୍ରୁପ୍ ଭାରତରେ ଲୁକ୍କାୟିତ ଥିବା ପ୍ରତିଭାକୁ ସାରାବିଶ୍ୱରେ ପରିଚିତ କରାଏ  । କେବଳ ଏତିକି ନୁହେଁ ଏହି ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ଆଗକୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରେ । ନିକଟରେ ଆନନ୍ଦ ମହିନ୍ଦ୍ରା ମଣିପୁର ସହରର ପ୍ରେମ ନିନଗୋମବମ୍ ନାମକ ଜଣେ ପିଲାର ଚମତ୍କାର ଉଦ୍ଭାବନ ଦେଖି ପିଲାଟିର ପାଠ ପଢ଼ାରେ ସାହାଯ୍ୟ କରିବାକୁ କଥା ଦେଇଥିଲେ । ଯାହାକୁ ପୂରଣ କରି ସେ ପୁଣି ଏବେ ଭାରତବାସୀଙ୍କ ପ୍ରଶଂସା ସାଉଁଟିଛନ୍ତି ।

ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟରରେ ଲେଖିଥିଲେ ପ୍ରେମକୁ ମନେରଖିଛନ୍ତି ତ ? ଇମ୍ଫାଲର ଭାରତୀୟ ଯୁବକ ଆଇରନ ମ୍ୟାନ୍ ଯିଏ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିଲା । ଯାହାକୁ ସାହାଯ୍ୟ କରିବା ଲାଗି ମୁଁ କଥା ଦେଇଥିଲି । ସେ ବର୍ତ୍ତମାନ ହାଇଦରାବାଦସ୍ଥିତ ‘ମହିନ୍ଦ୍ରା ୟୁନିଭର୍ସିଟିରେ’ ପହଁଞ୍ଚିସାରିଛି । ଆନନ୍ଦଙ୍କର ଏହି ଟ୍ୱିଟ୍, ଗଣମାଧ୍ୟମରେ ପ୍ରସାର ହେବା ଭିତରେ ଜନସାଧାରଣଙ୍କର ୨ ହଜାର ଲାଇକ୍ ଆସିସାରିଥିଲା ।

ଆନନ୍ଦ ନିଜ ସୋସିଆଲ ମିଡିଆରେ ମଣିପୁରର ଏହି ଯୁବକର ଏକ ଭିଡିଓ ସେୟାର କରିଥିଲେ । ସେ କହିଥିଲେଯେ ଏହି ଯୁବକ ଜଣକୁ ସାହାଯ୍ୟ କରିଥିବାରୁ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ପ୍ରେମ କବାଡ଼ିଆ ବାଲାଙ୍କ ପାଖରେ ଥିବା ଜିନିଷ ଓ ଅନେକ ଛୋଟମୋଟ ବସ୍ତୁର ବ୍ୟବହାର କରି ଆଇରନ ମ୍ୟାନ୍ ପୋଷାକ ବନେଇଥିଲେ । ଅନେକ ଯୁବକଙ୍କ ମଧ୍ୟରେ ଏଭଳି ପ୍ରତିଭା ଥାଇ ମଧ୍ୟ ଅଭାବ ଏବଂ କାହାର ସାହାଯ୍ୟ ନପାଇବାରୁ ଏମାନେ ଆଗକୁ ବଢ଼ିପାରନ୍ତିନି ।

Leave a Reply