ସେଲଫି ବିକି ୨୨ ବର୍ଷୀୟ ଯୁବକ ବନିଲେ କୋଟିପତି

1 min read

ଜାକାର୍ତ୍ତା: ସେଲଫି ବିକ୍ରି କରି କ’ଣ କୋଟିପତି ବନିପାରିବେ? ଏଭଳି କଥା ଶୁଣିବାକୁ ଅଜିବ ଲାଗୁଥିଲେ ବି ସତ । ଇଣ୍ଡୋନେସିଆର ଜଣେ ୨୨ ବର୍ଷୀୟ ଯୁବକ ନିଜ ସେଲଫି ବିକ୍ରି କରି ଆୟ କରିଛନ୍ତି ୭ କୋଟିରୁ ଅଧିକ ଟଙ୍କା । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା…

ଏକ ରିପୋର୍ଟ ଅନୁଯାୟୀ, ଏହି ୨୨ ବର୍ଷୀୟ ଯୁବକର ନାମ ସୁଲତାନ ଗୁସ୍ତାଫ ଅଲ ଗୋଜାଲି ବୋଲି ଜଣାପଡିଛି। ଯିଏକି ଜଣେ କମ୍ପ୍ୟୁଟର ସାଇନ୍ସ ଛାତ୍ର। ସୂଚନା ଅନୁସାରେ ସୁଲତାନ ୧୮ ବର୍ଷ ବୟସରେ ନିଜର ୧୦୦୦ ପାଖାପାଖି ସେଲଫି ଉଠାଇଥିଲେ।  ଫଟୋକୁ ବ୍ୟବହାର କରି ପରେ ଗୋଜାଲି ଏବ୍ରିଡେ ନାମରେ ଏକ ଭିଡ଼ିଓ ପ୍ରୋଜେକ୍ଟ ବନାଇଥିଲେ। ଆଉ ଏହି ପ୍ରୋଜେକ୍ଟ ଓ ଫଟୋ ଗୁଡିକୁ କିଣିଥିଲା NFT (Non-Fungible Token)।  ସାଧାରଣତଃ NFT ଏକ ଡିଜିଟାଲ୍ ଆଇଟମ୍ । ବ୍ଲକଚେନ୍ ଟେକ୍ନୋଲୋଜିର ବ୍ୟବହାର କରି କିଣାବିକା କରାଯାଇଥାଏ। ଏପରିକି କ୍ରିପ୍ଟୋକରେନ୍ସି ଓ ଏନଏଫଟି ସ୍ପେଶାଲାଇଜଡ୍ ପ୍ଲାଟଫର୍ମରେ କ୍ରୟ ବିକ୍ରୟ ହୋଇଥାଏ ।

ସୁଲତାନ ନିଜ ସେଲଫି ଗୁଡିକୁ କ୍ରିପ୍ଟୋକରେନ୍ସି ପାଇଁ ଏନଏଫଟିର ନିଲାମୀ ସାଇଟ୍ OpenSeaରେ ବିକ୍ରି କରିଥିଲେ । ଆଉ ଯାହାର ମୂଲ୍ୟ ୩ ଡଲାର ରଖିଥିବା ବେଳେ ଫଟୋ ଗୁଡିକୁ କିଣିଥିଲା NFT କଲେକ୍ଟର୍ସ।

ପରେ ଜଣେ ସେଲିବ୍ରିଟି ସେଫ୍ ଏହାକୁ କିଣିବା ସହ ପ୍ରମୋସନ୍ କରିଥିଲେ। ଲୋକଲୋଚନକୁ ଆସିବା ପରେ ୪୦୦ରୁ ଅଧିକ ଲୋକ ତାଙ୍କ ଫଟୋକୁ କିଣିଥିଲେ । ଏଥିରୁ ୨୨ ବର୍ଷୀୟ ସୁଲତାନ ଏତେ ଟଙ୍କା ପାଇଥିଲେ ଯେ ତାଙ୍କୁ ନିକଟରେ ଇନକମ୍ ଟ୍ୟାକ୍ସ ଭରିବାକୁ ପଡିଥିଲା ।

NFT କ’ଣ?

NFT ଏକ ଭିନ୍ନ ପ୍ରକାରର ଅପରିବର୍ତ୍ତନୀୟ ଡାଟା ଅଟେ । ଯାହା ୨୦୧୪ରେ ପ୍ରଥମେ ଲୋକଙ୍କ ନଜରକୁ ଆସିଥିଲା । ଏଥିରେ ଲୋକମାନେ କ୍ରିପ୍ଟୋକରେନ୍ସିର ବ୍ୟବହାର କରି ଅରିଜନାଲ୍ କପି ଡିଜିଟାଲ୍ ଆର୍ଟର କ୍ରୟ ବିକ୍ରୟ କରିଥାନ୍ତି । ସବୁ ଡିଜିଟାଲ୍ ଆର୍ଟର ଏକ ୟୁନିକ୍ କୋର୍ଡ ରହିଥାଏ।

Leave a Reply