ପଶ୍ଚିମବଙ୍ଗ ଉପକୂଳ ବା ଉତ୍ତର ଓଡ଼ିଶା ଉପକୂଳରେ ଲାଣ୍ଡଫଲ୍ କରିପାରେ ବାତ୍ୟା !

ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସୂଚନା ଦେଇଛନ୍ତି ।

ଅବପାତ ଆସନ୍ତା ୧୨ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଏହା ୨୦ତାରିଖ ସକାଳେ ପଶ୍ଚିମବଙ୍ଗ ଉପକୂଳ ବା ଉତ୍ତର ଓଡ଼ିଶା ଉପକୂଳରେ ଲାଣ୍ଡଫଲ୍ କରିବ । ପବନର ବେଗ ବଢ଼ିବା ସହିତ ସମୁଦ୍ର ଅଶାନ୍ତ ରହିବ । ୧୮ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ । ୧୯ ତାରିଖରେ ବର୍ଷା ବଢ଼ିବ । ଉତ୍ତର ଓଡ଼ିଶାର କେତକ ସ୍ଥାନରେ ପ୍ରବଳ ବର୍ଷା ହେବ ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ୨୦ ତାରିଖରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୭୫ରୁ ୮୫ କିମି ବେଗରେ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବହିବ । ସମୁଦ୍ରରୁ ୧୮ ତାରିଖ ସୁଦ୍ଧା ମତ୍ସ୍ୟଜୀବୀମାନେ ପଳାଇ ଆସିବା ଉଚିତ୍ । ୧୯ ଓ ୨୦ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ଦକ୍ଷିଣ ଓଡ଼ିଶାରେ ୧୮ ଓ ୧୯ତାରିଖରେ ସାମାନ୍ୟ ବର୍ଷା ସହ ବର୍ଷା ହୋଇପାରେ ।

Leave a Reply