ରାଜ୍ୟରେ ରକ୍ତହୀନତା ଦୂର କରିବ ‘ଅମ୍ଳାନ’
ଭୁବନେଶ୍ୱର: ରକ୍ତହୀନତା ରୋଗରୁ ମୁକ୍ତ ହେବ ରାଜ୍ୟ । ରାଜ୍ୟରେ କେହି ରହିବେନି ରକ୍ତହୀନତା ରୋଗୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଅମ୍ଲାନ ଯୋଜନା ।
ଲାଭବାନ ହେବେ ୧.୩୭ କୋଟି ଲୋକ । ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁହେବ ଯୋଜନା ।
ପ୍ରତିଟି ଜୀବନ ମୂଲ୍ୟବାନ ଲକ୍ଷ୍ୟରେ କାମ କରୁଛନ୍ତି ରାଜ୍ୟ ସରକାର । ଯୋଜନାରେ ଫୋକସରେ ରହିବେ ମହିଳା, ଶିଶୁ ଓ ଗର୍ଭବତୀ ମହିଳା । ରାଜ୍ୟରେ ରକ୍ତହୀନତା ରୋଗୀକୁ ଦୂର କରିବା ଦିଗରେ ରାଜ୍ୟ ସରକାର ଏହା ବଳିଷ୍ଠ କାର୍ଯ୍ୟକ୍ରମ ।