ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ସାରା ଦେଶ ଖୁସି: ଅମିତ ଶାହ
1 min readନୂଆଦିଲ୍ଲୀ: କରୋନା ସଂକ୍ରମଣ କାଳରେ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ଆଜି ଦିନଟି ସମସ୍ତଙ୍କ ପାଇଁ ବହୁତ ନିଆରା । ବିଶେଷକରି ଓଡ଼ିଶାର ଭାଇ ଓ ଭଉଣୀଙ୍କ ସହିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜି ଦିନଟି ଖାସ୍ ଅଟେ । ରଥଯାତ୍ରାକୁ ଅନୁମତି ଦେଇ ସୁପ୍ରିମକୋର୍ଟ ଦେଶବାସୀଙ୍କୁ ଖୁସି କରିଛନ୍ତି ।
Today is a special day for all of us, particularly our Odia sisters and brothers as well as devotees of Mahaprabhu Shri Jagannath Ji. The entire nation is delighted by the decision of the Honourable Supreme Court to ensure the Rath Yatra goes on.
जय जगन्नाथ!
— Amit Shah (Modi Ka Parivar) (@AmitShah) June 22, 2020
ଅମିତ ଶାହ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ କ୍ରମେ ପୁରୀ ଗଜପତି ମହାରାଜା ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଥା ହୋଇଥିବା କହିଛନ୍ତି । ବାର୍ତ୍ତାଳାପକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶାହ ସଲିସିଟର ଜେନେରାଲଙ୍କ ସହ କଥା ହୋଇଥିବା କହିଛନ୍ତି ।
ଆଜି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପୁରୀରେ ରଥଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ କୋର୍ଟ କହିଛନ୍ତି ପୂର୍ବରୁ କଲେରା ଓ ପ୍ଲେଗ୍ ମହାମାରୀ ବେଳେ ରଥଯାତ୍ରା ସୀମିତ ନିୟମ ଓ ଶ୍ରଦ୍ଧାଳୁଙ୍କ ନେଇ ହୋଇଥିଲା ।