୧୧ ବିନ୍ଦୁରେ ଜାଣନ୍ତୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ

Supreme Court Order in Lord Jagannath Ratha Yatra

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତକାଲି କଟକଣା ଭିତରେ କରୋନା ଗାଇଡଲାଇନ୍ ମାନି ପୁରୀରେ ଘୋଷଯାତ୍ରା ହେବ । ତେବେ, ମହାମାରୀ ମୁକାବିଲାରେ ଓଡ଼ିଶା ସରକାରଙ୍କ ଭଲ ଅଭିଜ୍ଞତା ରହିଛି । ଏ ଦିଗରେ ନବୀନ ପଟ୍ଟନାୟକଙ୍କ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ସୁପ୍ରିମକୋର୍ଟ କହିଛନ୍ତି ।

୧) ରଥଯାତ୍ରା ସମୟରେ ପୁରୀରେ ଥିବା ରେଲୱେ ଷ୍ଟେସନ୍ ଓ ବସଷ୍ଟାଣ୍ଡ ବନ୍ଦ ରହିବ ।

୨) ଯାତ୍ରା ଦିନ ଗୁଡ଼ିକରେ କର୍ଫ୍ୟୁ ଲାଗୁ ହେବ ।

୩) ପ୍ରତି ରଥକୁ ୫୦୦ରୁ ଅଧିକ ଜଣ ଟାଣିବେ ନାହିଁ ।

୪) ପ୍ରତି ରଥ ଟଣାରେ ୧ ଘଣ୍ଟାର ଅନ୍ତର ରହିବ ।

୫) ରଥଯାତ୍ରା ବେଳେ ପରେ ସାମାଜିକ ଦୂରତା ରକ୍ଷା ।

୬) କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ରଥ କାର୍ଯ୍ୟରେ ଅଂଶଗ୍ରହଣ ।

୭) ଠିକ୍ ଭାବେ ନିୟମ ପାଳନ ପାଇଁ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରତ୍ୟେକ ସଦସ୍ୟ ଦାୟୀ ରହିବେ ।

୮) ରୀତିନୀତକୁ ଦୃଶ୍ୟସାବ୍ୟ ଗଣମାଧ୍ୟମ ଦ୍ୱାରା ମୁକ୍ତଭାବେ ସଂଗ୍ରହ କରିବା ।

୯) ଯଥା ସମ୍ଭବ କମ୍ ସଂଖ୍ୟକ ଅଂଶଗ୍ରହଣରେ ନୀତି ସମ୍ପାଦନ । ମହାମାରୀ ମୁକାବିଲାରେ ଓଡ଼ିଶାର ପୂର୍ବରୁ ସୁନାମ ରହିଛି ।

୧୦) ରାଜ୍ୟ ସରକାରଙ୍କୁ କେନ୍ଦ୍ର ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ।

୧୧) ରଥଯାତ୍ରାରେ ଅଂଶଗ୍ରହଣ କରୁଥିବା ସମସ୍ତଙ୍କ ତଥ୍ୟ ଓ ମେଡିକାଲ ସମ୍ବନ୍ଧୀୟ ଡାଟା ସରକାର ସଂଗ୍ରହ କରିବେ ।

କେବଳ ପୁରୀରେ ହେବ ରଥଯାତ୍ରା

Leave a Reply