ଅମିତ ଶାହଙ୍କ ଚିଠିକୁ ନେଇ ଗରମ ହେଲା ରାଜନୀତି,ଟିଏମସି କହିଲା ମିଛ କହୁଛନ୍ତି ଶାହ

1 min read

ନୂଆଦିଲ୍ଲୀ:  କରୋନା ଲକଡାଉନ୍ ମଧ୍ୟରେ ପ. ବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ନେଇ ମମତାଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅମିତ ଶାହ । ମମତାଙ୍କ ନିରବତାକୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ମମତା କ’ଣ ପାଇଁ ନିରବ ବୋଲି ଶାହ ପ୍ରଶ୍ନ କରିଛନ୍ତି । ଶାହଙ୍କ ଏହି ପ୍ରଶ୍ନକୁ ନେଇ ଏବେ ପାଲଟା ଆକ୍ରମଣ କରିଛି ତୃଣମୁଳ କଂଗ୍ରେସ ।

ଟିଏମସି ସାଂସଦ ଅଭିଶେକ ବାନାର୍ଜୀ ଟ୍ୱିଟ୍ କରି ଅମିତ ଶାହଙ୍କ ଉପରେ ହମଲା କରିଛନ୍ତି । ସେ କହିଛନ୍ତି ଯେ, ସଂକଟର ଏହି କ୍ଷଣରେ ନିଜ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମିଥ୍ୟାର ଗଣ୍ଠିଲି ସହ ଲୋକଙ୍କ ଭ୍ରମିତ କରିବା ପାଇଁ ଅନେକ ସପ୍ତାହର ନିରବତା ଭାଙ୍ଗିଛନ୍ତି । ବିଡମ୍ବନା ହେଉଛି ସରକାର ନିଜ ଲୋକଙ୍କୁ ସେମାନଙ୍କ ହାଲରେ ଛାଡି ଦେଇଛି । ଅମିତ ଶାହ ନିଜ ମିଥ୍ୟା ଆରୋପକୁ ସାବ୍ୟସ୍ତ କରନ୍ତୁ କିମ୍ବା କ୍ଷମା ମାଗନ୍ତୁ ।

ଅମିତ ଶାହଙ୍କ ମମତାଙ୍କୁ ପତ୍ର ପରେ ଟିଏମସି ଆକ୍ରାମକ ହୋଇଛି । ଶାହ,ପ.ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ପଚାରିଥିଲେ ଯେ,ପ୍ରବାସୀ ଶ୍ରମିକଙ୍କୁ ନେଇ ମମତା ନିରବ କାହିଁକି ? ଅନ୍ୟରାଜ୍ୟରେ ଫସି ରହିଥିବା ପ.ବଙ୍ଗ ଶ୍ରମିକଙ୍କୁ ଟ୍ରେନ ଦ୍ୱାରା କାହିଁକି ଅଣାଯାଉନି । ମମତା ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିଅନ୍ତୁ । ପ.ବଙ୍ଗରେ ପ୍ରବାସୀ ଶ୍ରମିକ ଅସୁବିଧାରେ ଅଛନ୍ତି ।

ଅମିତ ଶାହ ନିଜ ପତ୍ରରେ ଲେଖିଥିଲେ ଯେ, ବର୍ତ୍ତମାନ ସୁଧା ୨ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଟ୍ରେନ ଜରିଆରେ ନିଜ ରାଜ୍ୟକୁ ଫେରି ସାରିଲେଣି । ବାକି ରାଜ୍ୟର ଶ୍ରମିକଙ୍କ ଭଳି ପ.ବଙ୍ଗର ପ୍ରବାସୀ ଶ୍ରମିକ ମଧ୍ୟ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ଅଛନ୍ତି ଓ ସେମାନଙ୍କ ଯିବା ବ୍ୟବସ୍ଥା ମଧ୍ୟ କେନ୍ଦ୍ର ସରକାର କରିଛନ୍ତି । କିନ୍ତୁ ଦୁଃଖର କଥା ହେଲା,ପ.ବଙ୍ଗ ସରକାରଙ୍କ ପଟୁ ଆମକୁ ଅପେକ୍ଷିତ ସହଯୋଗ ମିଳୁନାହିଁ

ଅମିତ ଶାହ କହିଛନ୍ତି କି,ଅନ୍ୟ ରାଜ୍ୟରୁ ଶ୍ରମିକଙ୍କୁ ନେଇ ଆସୁଥିବା ରେଳଗାଡିକୁ ପ.ବଙ୍ଗ ସରକାର ଅନୁମତି ଦେଉ ନାହାନ୍ତି । ଏଭଳି କରିବା ପ.ବଙ୍ଗ ଶ୍ରମିକଙ୍କ ପ୍ରତି ଅନ୍ୟାୟ । ଏହା ପ.ବଙ୍ଗର ପ୍ରବାସୀ ଶ୍ରମିକଙ୍କୁ କଠୋର ପରିସ୍ଥିତି ମଧ୍ୟକୁ ଠେଲି ପାରେ ।

Leave a Reply