spot_img

Latest Posts

India-China Tension : ମୋଦିଙ୍କ ଲେହ ଗସ୍ତକୁ ନେଇ ଆସିଲା ଚୀନ୍ ପ୍ରତିକ୍ରିୟା,ପରିସ୍ଥିତି ଖରାପ ନହେଉ ବୋଲି କହିଲା ଡ୍ରାଗନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହଠାତ୍ ଲେହ ଗସ୍ତ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନ୍‌ ମଧ୍ୟ ମୋଦିଙ୍କ ଏହି ଗସ୍ତକୁ ନେଇ ଚିନ୍ତା ପ୍ରକଟ କରିଛି । ଚୀନ ବୈଦେଶିକ ମନ୍ତ୍ରଣାଳୟ ମୋଦିଙ୍କ ଏହି ଗସ୍ତ ବିଷୟରେ ଏକ ବିବୃତ୍ତି ମଧ୍ୟ ଦେଇଛି । ଚୀନ୍ କହିଛି ଯେ ଉଭୟ ପକ୍ଷ ଏପରି କିଛି କରିବା ଉଚିତ୍ ନୁହେଁ ଯାହାଦ୍ୱାରା ପରିସ୍ଥିତି ଖରାପ ହେବ । ତେବେ ଚୀନ୍‌ର ଏଭଳି ବିବୃତ୍ତିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି, ଯଦି ମୋଦି ଲେହରେ ଯବାନଙ୍କ ସହ କଥା ହେବା ପରେ ସେନା ଅଧିକ ଶକ୍ତିଶାଳୀ ହେବ ଏବଂ ଚୀନ୍‌ ଉପରେ ଭାରି ପଡ଼ିପାରେ ।

ପ୍ରତିଦିନ ହେଉଥିବା ସଂକ୍ଷିପ୍ତ ବୈଠକରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି, ସୀମାରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଭାରତ ଏବଂ ଚୀନ୍ କ୍ରମାଗତ ଭାବରେ ସାମରିକ ଏବଂ କୂଟନୈତିକ କଥାବାର୍ତ୍ତା କରୁଛନ୍ତି । ଏଭଳି ପରିସ୍ଥିତିରେ କୌଣସି ଦଳ ଏପରି କିଛି କରିବା ଉଚିତ୍ ନୁହେଁ ଯାହା ସୀମାରେ ଉତ୍ତେଜନା ସୃଷ୍ଟି କରିବ ।

modi in border

ଚୀନ୍‌ର ଏହି ବିବୃତ୍ତି ସେତେବେଳେ ଆସିଛି ଯେତେବେଳେ ପୂର୍ବ ଲଦାଖରେ ଚୀନ୍ ସହ ସୀମାରେ ଚାଲିଥିବା ଉତ୍ତେଜନାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ  ମୋଦି ଲେହ-ଲଦାଖ ଏବଂ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଛନ୍ତି । ହିଂସାତ୍ମକ ସଂଘର୍ଷର ୧୮ ଦିନ ପରେ ମୋଦି ଏହି ଯାତ୍ରା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଲଦାଖରେ ପହଞ୍ଚିଥିଲେ । ସମୁଦ୍ର ପତ୍ତନଠାରୁ ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏକ ଦୁର୍ଗମ ଅଞ୍ଚଳ ନିମୁରେ ତାଙ୍କୁ ସେନା, ବାୟୁସେନା ଏବଂ ଭାରତ-ତିବ୍ବତ ସୀମା ପୋଲିସ ଦ୍ୱାରା ଏହି ବିଷୟରେ ସମସ୍ତ ସୂଚନା ଦିଆଯାଇଥିଲା । ଏହି ଅଞ୍ଚଳ ସିନ୍ଧୁ କୂଳରେ ଥିବା ଜାନସଂକର ରେଞ୍ଜ ଦ୍ୱାରା ଘେରି ରହିଛି |

ବାସ୍ତବରେ ପିଏମ ମୋଦିଙ୍କ ଏହି ଆଶ୍ଚର୍ଯ୍ୟଜନକ ଗସ୍ତ ଚୀନ ସମେତ ସମଗ୍ର ବିଶ୍ୱକୁ ଏକ ବଡ଼ ବାର୍ତ୍ତା ପଠାଇଛି | ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଯାଇ ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଚୀନ୍‌କୁ ଏକ ବାର୍ତ୍ତା ଦେଇଛନ୍ତି ଯେ ଆମେ ପଛକୁ ଫେରିବୁ ନାହିଁ।

ଅବସରପ୍ରାପ୍ତ ମେଜର ଜେନେରାଲ ଏ.କେ ସିୱାଚ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତ ଚୀନ୍‌କୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଆମେ ପଛକୁ ଫେରିବୁ ନାହିଁ । ଯଦି ଚୀନ୍ ସୈନିକ LAC ଉପରେ ଠିଆ ହେବେ, ତେବେ ଆମର ସୈନିକମାନେ ମଧ୍ୟ LAC ଉପରେ ଠିଆ ହେବେ | ଆମେ କୌଣସି ପ୍ରସଙ୍ଗରେ ଆପୋଷ ବୁଝାମଣା କରିବୁ ନାହିଁ।

ପ୍ରତିରକ୍ଷା ବିଶେଷଜ୍ଞ ଅବସରପ୍ରାପ୍ତ ବ୍ରିଗେଡିୟର୍ ବିକ୍ରମ ଦତ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତ ଫ୍ରଣ୍ଟଲାଇନରେ ନିୟୋଜିତ ଥିବା ସେନାଙ୍କ ମନୋବଳ ବୃଦ୍ଧି କରିଛି। ଏହା ସେନା ପ୍ରତି ଥିବା ମୋଦିଙ୍କ ଭଲପାଇବା ସ୍ପଷ୍ଟ ଜଣାପଡୁଛି । ଏହା ସେନା କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଶକ୍ତି, ମନୋବଳ ଦେବ, ଯାହାଫଳରେ ସେମାନେ LAC ରେ ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ।

Latest Posts

Don't Miss