spot_img

Latest Posts

ପାଣି ବାଜିଲେ ହେଉଛି ଆଲର୍ଜି, ଚିନ୍ତାରେ ୧୨ ବର୍ଷର ଝିଅ

ଓ୍ବାଶିଂଟନ: ଆମେରିକାରେ ଜଣେ ଏଭଳି ଝିଅ ରହୁଛନ୍ତି ଯାହାଙ୍କୁ ପାଣିରୁ ଆଲର୍ଜି ହୋଇଥାଏ । ଡାନିଏଲ୍ ମ୍ୟାକକ୍ରେଭେନ୍ ନାମକ ଏହି ୧୨ ବର୍ଷୀୟ ଝିଅଟିର ଶରୀରରୁ ଯେତେବେଳେ ବି ଝାଳ ବାହାରେ ତା’ ଶରୀର କୁଣ୍ଡେଇ ହୋଇଥାଏ । ଆଉ ବେଳେବେଳେ କଷ୍ଟ ସହିନପାରି ସେ କାନ୍ଦି ପକାଇଥାନ୍ତି ।

ଡାନିଏଲଙ୍କୁ ସନ୍ତରଣ କରିବାକୁ ଖୁବ୍ ଭଲ ଲାଗିଥାଏ, ହେଲେ ଏହି ଆଲର୍ଜି ଯୋଗୁଁ ତାଙ୍କୁ ସନ୍ତରଣ ଛାଡିବାକୁ ପଡିଥିଲା ବୋଲି ତାଙ୍କ ମାଆ କହିଛନ୍ତି। ତେବେ ଡାନିଏଲ୍ ଆକ୍ୱେଜେନିକ୍ ୟୁଟିସୋରିଆ ରୋଗରେ ପୀଡିତ ଥିବା ଜଣପାଡିଛି। ଏହା ଏକ ବିରଳ ଅବସ୍ଥା ଏବଂ କୁହାଯାଏ ବିଶ୍ବବ୍ୟାପୀ ୧୦୦ରୁ କମ୍ ଲୋକ ଏହି ସମସ୍ୟାରେ ପିଡିତ ।

ଏନେଇ ଡାନିଏଲଙ୍କ ମା କହିଛନ୍ତି ଯେ ତାଙ୍କ ଝିଅ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । କାରଣ ଜଳ ମଣିଷ ଜୀବନରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ବି ଡାନିଏଲ୍ ପାଣିର ସଂସ୍ପର୍ଶରେ ଆସନ୍ତି, ସେତେବେଳେ ତାଙ୍କ ଶରୀରର ସେହି ଅଂଶ ଗୁଡିକରେ ଆଲର୍ଜି ହେବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଖାସକରି ଖରାଦିନେ ତାଙ୍କୁ ଘରେ ହିଁ ରହିବାକୁ ପଡିଥାଏ । କାହିଁକିନା ଘରୁ ବାହାରିଲା ମାତ୍ରେ ତାଙ୍କ ଶରୀରରୁ ଝାଳ ବାହାରିବା ସହ ଯନ୍ତ୍ରଣା ହୋଇଥାଏ ।

ଏହି ଆଲର୍ଜି ଯୋଗୁଁ ତାଙ୍କୁ ଏନାଫାୟଲେକ୍ଟିକ୍ ଶକ୍ ମଧ୍ୟ ହୋଇପାରେ। ତେବେ ଏହି ଶକ୍ ସେତେବେଳେ ଲାଗିଥାଏ ଯେତେବେଳକି ଶରୀରରେ ଆଲର୍ଜିର ଉତ୍ସ ବହୁତ ଅଧିକ ହୋଇଯାଏ । ଯେଉଁଥିପାଇଁ ଲୋକଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଛି ।

ଡାନିଏଲଙ୍କ ମା କହିଛନ୍ତି ଯେ ଜଣେ ଡାକ୍ତର ତାଙ୍କ ଝିଅର ଏଭଳି ସମସ୍ୟାକୁ ବିଶ୍ୱାସ କରିବାକୁ ମନା କରିଦେଇଥିଲେ । ତେବେ ଏହାପରେ ସେ ଆଉ ଜଣେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଯିଏକି ଡାନିଏଲଙ୍କ ଅବସ୍ଥାକୁ ବୁଝିବା ସହ କିଛି ପ୍ରତିକାର ପାଇଁ ପରାମର୍ଶ ଦେଇଥିଲେ।  ତେବେ ବୋତଲ ପାଣି, ଲୁଣି ପାଣି ଏବଂ ଟ୍ୟାପ୍ ପାଣିରୁ ବି ଡାନିଏଲଙ୍କୁ ଆଲର୍ଜି ହୋଇଥାଏ କିନ୍ତୁ ସେ ପାଣି ପିଇବାକୁ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି ।

Latest Posts

Don't Miss