ଅନ୍ୟ ଦେଶକୁ ମନା କରି ନିଜେ ଆମେରିକା, ଋଷଠୁ କିଣୁଛି ବିପୁଳ ଅଶୋଧିତ ତୈଳ

1 min read
America Increase Oil Import From Russia And Pressurizing India Not To Buy

ନୂଆଦିଲ୍ଲୀ: ଆମେରିକାର ପ୍ରଫିଟ୍ ପାଇଁ ୟୁକ୍ରେନ୍ ଫାଇଟ୍ ! ଏବେ ଏକଥାକୁ ନେଇ ଏଥିପାଇଁ ଚର୍ଚ୍ଚା । କାରଣ ୟୁକ୍ରେନ୍-ଋଷ ଯୁଦ୍ଧ ପରେ ଆମେରିକା ଆଗଭର ହୋଇ ଋଷ ଉପରେ ଅନେକ କଟକଣା ଲଗାଇଥିଲା । ଖାଲି କଟକଣା ଲଗାଇଥିଲା କହିଲେ ଭୁଲ୍ ହେବ । ଏପରିକି ଅନ୍ୟ ଦେଶ ମାନଙ୍କୁ ମଧ୍ୟ ଋଷ ବିରୋଧରେ ପ୍ରବର୍ତ୍ତାଇ ଥିଲା ଆମେରିକା । ଯୁଦ୍ଧ ବଢ଼ିବା ସହ ଦିନ ଗଡ଼ି ଗଡ଼ି ଆମେରିକାର ଚାଲ୍ ଧରା ପଡ଼ୁଛି । ଏବେ ଆମେରିକାକୁ ନେଇ ନୂଆ ଦାବି କରିଛନ୍ତି ଋଷ ଅଧିକାରୀ ।

ଦାବି ଅନୁସାରେ, ଋଷଠାରୁ ବିପୁଳ ପରିମାଣର ଅଶୋଧିତ ତୈଳ କିଣୁଛି ଆମେରିକା । ଋଷ ସୁରକ୍ଷା ପରିଷଦର ଉପସଚିବ ମିଖାଇଲ୍ ପୋପୋୱ ରବିବାର ଏଭଳି ବୟାନ ଦେଇଛନ୍ତି । ଗୋଟିଏ ପଟେ ଋଷ ଠାରୁ ତେଲ ନକିଣିବା ପାଇଁ ଆମେରିକା ଅନ୍ୟ ଦେଶମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଅନ୍ୟପଟେ ଗତ ସପ୍ତାହରେ ଆମେରିକା ନିୟମିତ ବ୍ୟବଧାନ ଠାରୁ ୪୩ ପ୍ରତିଶତ ତୈଳ କିଣିଛି ।

America Increase Oil Import From Russia And Pressurizing India Not To Buy

କେବଳ ଅଶୋଧିତ ତୈଳ ନୁହେଁ । ଋଷ ଠାରୁ ଖଣିଜ ସାର କିଣିବା ଲାଗି ଆମେରିକା କମ୍ପାନୀଗୁଡ଼ିକୁ ଅନୁମତି ପ୍ରଦାନ କରିଥିବା କହିଛନ୍ତି ପୋପୋୱ । ଏସବୁକୁ ଜରୁରୀ ସାମଗ୍ରୀ ଭାବେ ଅନୁମତି ଦିଆଯାଇଛି । ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ପାଇଁ ଋଷ ଉପରେ ନିର୍ଭର କରେ ୟୁରୋପ । ତଥାପି ଆମେରିକା ଓ ତାର ୟୁରୋପୀୟ ସହଯୋଗୀ ଋଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କହୁଛି ।

ଋଷରୁ ତୈଳ ଆମଦାନୀ ଉପରେ ଆମେରିକା ଓ ବ୍ରିଟେନ୍ ଉପରେ ଚାପ ପଡ଼ୁଛି । ପର୍ଯ୍ୟାୟ କ୍ରମେ ବର୍ଷ ଶେଷ ସୁଦ୍ଧା ଋଷ ଉପରୁ ତୈଳ ଆମଦାନୀ ଉପରେ ନିର୍ଭର ହ୍ରାସ କରିବ ବୋଲି ବ୍ରିଟେନ୍ କହିଛି । ସେହିଭଳି ଆମେରିକାର କହିବା କଥା ଚଳିତ ମାସ ସୁଦ୍ଧା ଋଷରୁ ତୈଳ ଓ କୋଇଲା ଆମଦାନୀ ବନ୍ଦ କରି ଦେବ ।

America Increase Oil Import From Russia And Pressurizing India Not To Buy

ତେବେ ଆମେରିକାର ଏଭଳି ଆଭିମୁଖ୍ୟକୁ ନେଇ ମୁହଁ ଖୋଲିଛି ଚୀନ । କହିଛି, ଋଷକୁ ନେଇ ଆମେରିକାର ଆଭିମୁଖ୍ୟ ୨ ପ୍ରକାରର । ଗୋଟିଏ- ଋଷର ମୁକାବିଲା କରିବା ପାଇଁ ଉଦାରବାଦ । ଅନ୍ୟଟି ଆମେରିକାର ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ । ଏବେ ଋଷଠାରୁ ଅଧିକ ଅଶୋଧିତ ତୈଳ କିଣି ଆମେରିକା ଅନ୍ତର୍ଜାତୀୟ ତୈଳବଜାର ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ଚୀନ କହିଛି ।

ଚୀନ ଅନୁସାରେ, ଋଷ ଠାରୁ ଶସ୍ତାରେ ଆମେରିକା ତୈଳ କିଣୁଛି । ଏବଂ ଘରୋଇ ସ୍ୱାର୍ଥ ଦୃଷ୍ଟିରୁ ସେହି ତୈଳକୁ ଚଢ଼ା ଦାମରେ ୟୁରୋପକୁ ବିକ୍ରି କରୁଛି । ଫଳରେ ଆମେରିକାର ଚକ୍ରାନ୍ତର ଶିକାର ହେଉଛି ୟୁରୋପ । ଏଭଳି ଭାବେ ୟୁରୋ ତୁଳନାରେ ଆମେରିକା ଡଲାରକୁ ମଜଭୁତ୍ କରୁଛି । ଖାଲି ଚୀନ୍ ନୁହେଁ ବିଶେଷଜ୍ଞଙ୍କ କହିବା କଥା, ୟୁକ୍ରେନ୍-ଋଷ ଯୁଦ୍ଧ ଓ ଋଷ ତୈଳ ଉପରୁ ପ୍ରତିବନ୍ଧକରୁ ଆମେରିକା ସବୁଠୁ ଅଧିକ ଲାଭ ପାଉଛି ।

America Increase Oil Import From Russia And Pressurizing India Not To Buy

ପ୍ରତିବନ୍ଧକ ଭିତରେ ଋଷ, ଭାରତକୁ ରିହାତି ଦରରେ ଅଶୋଧିତ ତୈଳ ଦେବାକୁ ଅଫର୍ ଦେଇଥିଲା । ଋଷ ଠାରୁ ତୈଳ କିଣିବା ଉପରେ ଭାରତ ବିଚାର କରୁଛି । ଆଉ ଏହାକୁ ନେଇ ଆମେରିକା ମଧ୍ୟ ଟିପ୍ପଣୀ କରି କହିଥିଲା ଲଗା ଯାଇଥିବା ପ୍ରତିବନ୍ଧକକୁ ସମସ୍ତ ଦେଶ ମାନନ୍ତୁ ।