spot_img

Latest Posts

ଆମେରିକାରେ ବଡ଼ ଧରଣର ବନାଗ୍ନି, ୩୦ ହଜାରରୁ ଅଧିକ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ନନ୍ଦିଘୋଷ ବ୍ୟୁରୋ: ଆମେରିକାର କାର୍ଲିଫର୍ଣ୍ଣିଆ ରାଜ୍ୟ ଲସଏଞ୍ଜେଲ୍ସରେ ବଡ଼ ଧରଣର ବନାଗ୍ନି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୪୮ ଘଣ୍ଟାରେ  ଜଙ୍ଗଲ ନିଆଁ ଯୋଗୁ ୫ ଜଣ ପ୍ରାଣ ହରାଇଥିବା  ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ନିଆଁ  କବଳକୁ ହଜାର ହଜାର ଘର ଆସିବାରୁ ପ୍ରାୟ ଲକ୍ଷେ ଲୋକ ଘର ଛାଡ଼ିଛନ୍ତି । ଲସ୍‌ ଏଞ୍ଜେଲ୍‌ସର ପ୍ୟାସିଫିକ ପ୍ୟାଲିସେଡ୍‌ସ ଅଞ୍ଚଳରେ ଅନେକ ଘର  ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଯାଇଛି ।

୩୦ ହଜାର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ ବ୍ୟାପିବା ଫଳରେ ଲୋକମାନେ ତୋପାଙ୍ଗା କାନ୍ୟନ୍‌ ପାର୍ବତ୍ୟାଞ୍ଚଳ ଛାଡ଼ି ଦେଇଛନ୍ତି। ସମଗ୍ର ହାଇୱେ ନିଆଁ କବଳକୁ ଚାଲିଆସିବାରୁ ଲୋକେ ପାଲିସେଡ୍ସ ଡ୍ରାଇଭ୍‌ରେ ସେମାନଙ୍କ କାର୍‌ ଛାଡ଼ି ଦୌଡ଼ିଥିଲେ।  ଜାତୀୟ ପାଣିପାଗ ସେବା ପକ୍ଷରୁ ଲସ ଏଞ୍ଜେଲ୍ସ କାଉଣ୍ଟି ପାଇଁ ବ୍ୟାପକ ନିଆଁ ଲାଗିବା ସଂପର୍କରେ ଆଗୁଆ ସତର୍କ କରାଯାଇଥିଲା।

Latest Posts

Don't Miss