୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ

ଜଳେଶ୍ୱର: ରୋଗୀ ଛାଡି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ହେଲା ଦୁର୍ଘଟଣା ଗ୍ରସ୍ତ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ବାଲେଶ୍ଵର ହସ୍ପିଟାଲରୁ ରୋଗୀ ଛାଡି ଫେରୁଥିବା ବେଳେ ଜାତୀୟ ରାଜପଥ ଗୁଡ଼ିଖାଳ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି ।

ସୂଚନା ଅନୁଯାୟୀ, ଡ୍ରାଇଭର ସମେତ ୩ଗୁରୁତର ଥିବା ଜଣାପଡ଼ିଛି । ସେମାନଙ୍କୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଛି ।

Leave a Reply