କଣ୍ଟେନରକୁ ପଛପଟୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ

ଜଳେଶ୍ଵର : ଜଳେଶ୍ଵର ୬୦ ନମ୍ବର ଜାତୀୟ ରାଜପଥ ରୂପସା ନିକଟରେ କଣ୍ଟେନରକୁ ପଛପଟୁ ଧକ୍କା ଦେଇ ଜଳିଗଲା ୧୦୮ ଆମ୍ବୁଲାନ୍ସ। ରୋଗୀ ସମେତ ୪ ଗୁରୁତର ଅଛନ୍ତି। ସମସ୍ତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍ତା ଡାକ୍ତରଖାନାରୁ ରୋଗୀ ନେଇ ବାଲେଶ୍ବର ଯାଉଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।