ମନରେଗା ପ୍ରସଂଗରେ ବିଜେପିକୁ ବିଜେଡିର କଡ଼ା ଜବାବ: ‘୭୪୬ କୋଟି ଟଙ୍କା ଦେଇନି କେନ୍ଦ୍ର, କାମ କେମିତି ଦିଆଯିବ’

1 min read

ଭୁବନେଶ୍ୱର: ମନରେଗା ନେଇ ଓଡ଼ିଶା ସମ୍ପର୍କରେ ବିଜେପି ମିଥ୍ୟା ତଥ୍ୟ ଦେଇଛି । ଏଥିପାଇଁ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ମନରେଗାର ବର୍ତ୍ତମାନ ସ୍ଥିତି ନେଇ ବିଜେପିର ଜ୍ଞାନ ନାହିଁ। ପୂର୍ବରୁ ଅର୍ଦ୍ଧସତ୍ୟ କହିଥିଲେ, ଏବେ ବି ଦୋହରାଉଛନ୍ତି । 29 ଅକ୍ଟୋବରରେ ଜାତୀୟ ଗଣମାଧ୍ୟମ ହିନ୍ଦୁରେ ରିପୋର୍ଟ ବାହାରିଥିଲା ଯେ ଏପର୍ଯ୍ୟନ୍ତ 21ଟି ରାଜ୍ୟକୁ ମନରେଗା ଅର୍ଥ ଯାଇନାହିଁ ।

8 ହଜାର 686 କୋଟିର ନେଗେଟିଭ ବାଲାନ୍‌ସ କେନ୍ଦ୍ର ବଜେଟରେ ଦେଖାଉଛି । କାରଣ ଟଙ୍କା ନାହିଁ । ଓଡ଼ିଶାର ଏପ୍ରିଲରୁ 746 କୋଟି ଟଙ୍କା ମିଳିନି । ଟଙ୍କା ତ ଆସିନି । ଲୋକଙ୍କୁ କାମ କେମିତି ଦିଆଯିବ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ? ସେ କହିଛନ୍ତି, ଅଡିଟ ରିପୋର୍ଟ କଥା ବିଜେପି କହୁଛି। ହେଲେ ଖର୍ଚ୍ଚ ହେବା ପରେ ତ ଅଡିଟ ରିପୋର୍ଟ ଦିଆଯାଏ। ଅକ୍ଟୋବର ୩୦ଯାଏ ପୂର୍ବ ବର୍ଷର ଖର୍ଚ୍ଚ ରିପୋର୍ଟ ଦିଆଯିବା କଥା। ୧ ତାରିଖରେ ଓଡ଼ିଶା ଦେଇଛି । ଏହା ସହ UCର ସମ୍ପର୍କ ନାହିଁ । ଓଡ଼ିଶାର ୩୦ ଜିଲ୍ଲାରୁ ୨୨ଟି ଜିଲ୍ଲାରେ Ombudsman ଅଛନ୍ତି । ବିଜେପି ଲୋକଙ୍କୁ ବିଭ୍ରାନ୍ତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିଠି ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ତାହା ଯଥାର୍ଥ ଥିଲା। ତେଣୁ ଟଙ୍କା ଆସିଲା। ଯେଉଁ ଅର୍ଥ ଦେବାର ଥିଲା, ତାହା ନଦେବାରୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। ବିଜେପି ଯାହା କହୁଛି, ସେଥିରେ କୌଣସି ସତ୍ୟାସତ୍ୟ ନାହିଁ। ଅବାନ୍ତର ଓ ମିଥ୍ୟା କଥା ବିଜେପି ନେତା କହୁଥିବା ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୮ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ: ୫ ଜଣଙ୍କୁ ଗିରଫ କଲା ପୋଲିସ

Leave a Reply