ପୂଜକର ଅପକର୍ମ: ରିଷ୍ଟ ଖଣ୍ଡନ ପାଇଁ ପୂଜା କରିବାକୁ ଡାକି କଲେ ଏଭଳି କାଣ୍ଡ

ବରଗଡ଼: ମହିଳା ଶ୍ରଦ୍ଧାଳୁଙ୍କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା ପରେ  ପୂଜକ ଗିରଫ । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳରେ । ସୂଚନା ଅନୁସାରେ ଜଣେ ମହିଳା ସହରରେ ଥିବା ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ । ପୂଜକ ଦିଗାମ୍ବର ଦେବତା ଭବିଷ୍ୟବାଣୀ କରି ବିଧବା ଯୋଗ ଅଛି ବୋଲି କହିଥିଲେ । ମହିଳା ଜଣଙ୍କ ରିଷ୍ଟ ଖଣ୍ଡନ ପାଇଁ ପୂଜକଙ୍କୁ ଉପାୟ ପଚାରିଥିଲେ । ପୂଜକ ଜଣକ ରାତିରେ ପୂଜା ପାଠ କରି ଡେଉଁରିଆ ପିନ୍ଧିବାକୁ ପଡିବ ବୋଲି ଉପାୟ ଦେଇଥିଲେ । ପୂଜକଙ୍କ କଥା ଅନୁସାରେ ମହିଳା ଜଣଙ୍କ ରାତିରେ ମନ୍ଦିରକୁ ଆସି ପୂଜାପାଠ କରି ଡେଉଁରିଆ ପାଇଁ ପୂଜକଙ୍କୁ ୧୬ହଜାର ଟଙ୍କା ମଧ୍ୟ ଦେଇଥିଲେ । ଏହାର ସୁଯୋଗ ନେଇ ପୂଜକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ଥାନାରେ ଲିଖିତ ଏତଲା ଦେଇଛନ୍ତି ମହିଳା । ଏତଲାକୁ ଭିତ୍ତିକରି ପାଇକମାଲ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୂଜକକୁ ଗିରଫ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଦୀର୍ଘ ୩ ମାସର ଇକମୋ ଚିକିତ୍ସା ପରେ ଆଖି ବୁଜିଲେ ଅଭିଷେକ

Leave a Reply