ଛାତ୍ରୀଙ୍କୁ ରାତି ଅଧିଆ ମେସେଜ କରି ଅଡ଼ୁଆରେ ଅଧ୍ୟାପକ

ଭୁବନେଶ୍ୱର: ଛାତ୍ରୀଙ୍କୁ ରାତି ଅଧିଆ ମେସେଜ କରି ଅଡ଼ୁଆରେ ଅଧ୍ୟାପକ । ଭୁବନେଶ୍ୱର ବେସିକ ସାଇନ୍ସ କଲେଜରୁ ଆସିଥିଲା ଏହି ଅଭିଯୋଗ । ଗତ ଅକ୍ଟୋବର 31 ତାରିଖରେ ପ୍ରାଣୀ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କ ଠାରୁ ଅଭିଯୋଗ ପାଇ ତଦନ୍ତ କମିଟି ଗଠନ କରିଥିଲେ କଲେଜ୍ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର । ଅଭିଯୁକ୍ତ ଅଧ୍ୟାପକ ଲେଟ୍ ନାଇଟରେ ମେସେଜ କରିଥିବା ପ୍ରମାଣ କିମିଟି ହାତରେ ଲାଗିଛି ।

ଅଭିଯୁକ୍ତ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି କଲେଜ୍ ନିର୍ଦ୍ଦେଶକଙ୍କୁ ରିପୋର୍ଟ ହସ୍ତାନ୍ତର କରିଛି କମିଟି । ରିପୋର୍ଟକୁ ଏବେ ଓୟୁଏଟି ଭିସିଙ୍କୁ ଦେଇଛନ୍ତି କଲେଜ୍ ନିର୍ଦ୍ଦେଶକ । ଜଣେ ଅଧ୍ୟାପକଙ୍କ ଠାରୁ ଏଭଳି ମେସେଜ ଆଶା କରାଯାଏ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ । ଘଟଣାକୁ ନେଇ ଭିସି ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ରହିଛି ।