ନକଲି ଡାକ୍ତରଙ୍କ ଚିକିତ୍ସା ପରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ମହିଳାଙ୍କୁ ଇଞ୍ଜେକ୍ସନ ଦେବା ପରେ ଗୁରୁତର ହୋଇଥିଲା ସ୍ୱାସ୍ଥ୍ୟ।ବସ୍ଥା

ଉମରକୋଟ: ନକଲି ଡାକ୍ତରଙ୍କ ଚିକିତ୍ସା ପରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ। ନବରଙ୍ଗପୁର ରାଇଘର କଙ୍ଗାଧୋଗରି ଗାଁରେ ଏଭଳି ଅଘଟଣ ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ଉମରକୋଟ୍‌ ଜଡାଗୁଡା ଗାଁର ଗୋବର୍ଦ୍ଧନ ଗୌଡ଼ଙ୍କ ଦ୍ୱିତୀୟ  ପତ୍ନୀ ଅନିତା । ସେ ଅସୁସ୍ଥ ହେବା ପରେ ତାଙ୍କୁ ସେହି ଗାଁର ଜଣେ ଡାକ୍ତର ଆସି ଇଞ୍ଜକସନ ଦେଇଥିଲେ । ତାପରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ।

ପରେ ଆଶାକର୍ମି ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ ପରେ ନକଲି ଡାକ୍ତର ତାଙ୍କୁ ଇଞ୍ଜେକସନ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କିୟ ।

ସୂଚନା ଅନୁଯାୟୀ, ଗତ ରବିବାର ଜଡାଗୁଡା ଗାଁର ଗୋବର୍ଦ୍ଧନ ଗୌଡ଼ଙ୍କ ଦ୍ୱିତୀୟ  ପତ୍ନୀ ଅନିତା ଅସୁସ୍ଥ ହେବାରୁ ଡାକ୍ତର ଦେଖାଇଥିଲେ। ଡାକ୍ତର ତାଙ୍କୁ ଇଞ୍ଜକ୍ସନ ଦେଇଥିଲେ । କିନ୍ତୁ ଅନିତାଙ୍କ ଦେହ ଭଲ ହେବା ପରିବର୍ତ୍ତେ ଅଧିକ ଖରାପ ହେବାକୁ ଲାଗିଥିଲା । ପରେ ଅନିତାଙ୍କ ଦେହ ଭଲ ନହେବାରୁ ସେ ସୋମବାର ଗୁଣିଆ ଦେଖାଇଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଆଶାକର୍ମୀ ରାଇଘର ମେଡିକାଲକୁ ନେଇଥିଲେ।

ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ।ବସ୍ଥା ବିଗିଡିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ନକଲି ସାର୍ଟିଫିକେଟ୍‌ ଦେଖାଇ ଡାକ୍ତର ଜଣକ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି ।

Leave a Reply