ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଆଉ ଏକ ଗ୍ରହରେ ଥାଇ ପାରନ୍ତି ଏଲିୟନ୍

1 min read

ନନ୍ଦିଘୋଷ ବ୍ୟୁରୋ: ସୌରମଣ୍ଡଳ ବାହାରେ ଆଉ ଏକ ଗ୍ରହରେ ଥାଇପାରନ୍ତି ଏଲିଏନ । ଜେମସ ଓ୍ବେବ ସ୍ପେସ ଟେଲିସ୍କୋପ ଜରିଆରେ ହୋଇଥିବା ଗବେଷଣା ଅନୁସାରେ ଗବେଷକମାନେ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ । ସେହି ଗ୍ରହର ଜଳବାୟୁ ପ୍ରାଣୀଙ୍କ ଜୀବନ ଲାଗି ଅନୁକୂଳ ଏବଂ ବିଭିନ୍ନ ଗ୍ୟାସର କେମିକାଲ ଫିଙ୍ଗରପ୍ରିଣ୍ଟ ଏହା ପ୍ରମାଣ କରୁଛି ବୋଲି କହିଛନ୍ତି ବୈଜ୍ଞାନିକ । ପୃଥିବୀରେ ଏହି ଧରଣର ପ୍ରକ୍ରିୟା ଥିବାରୁ ସେହି ଗ୍ରହରେ ବି ଜୀବସତ୍ତା ଥାଇପାରନ୍ତି ବୋଲି ସେମାନେ କହିଛନ୍ତି । K2-18 b ନାମକ ସେହି ଗ୍ରହରେ ଦୁଇଟି ଗ୍ୟାସ ଯଥା ଡାଇମିଥାଇଲ ସଲଫାଇଡ ବା DMS ଏବଂ ଡାଇମିଥାଇଲ ଡାଇସଲଫାଇଡ ବା DMDS ଥିବା ଜଣାଯାଇଛି ।  ସାଧାରଣତଃ ପୃଥିବୀ ପରି ଗ୍ରହରେ ଜୀବଜଗତ ଥିବାରୁ ଏହି ଦୁଇ ଗ୍ୟାସ ରହିଥାଏ । ଏହି ଦୁଇ ଗ୍ୟାସ K2-18 b ଗ୍ରହରେ ଉପଲବ୍ଧ ଥିବାରୁ ସେଠାରେ ବି ଜୀବସତ୍ତା ଥିବା ସମ୍ଭାବନା ବୋଲି କୁହାଯାଇଛି ।

କେମ୍ବ୍ରିଜ ବିଶ୍ଭବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମିର ଆଷ୍ଟ୍ରୋଫିଜିସିଷ୍ଟ ତଥା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ନିକ୍କୁ ମଧୁସୂଦନ ଏହି ସୂଚନା ଦେଇଛନ୍ତି । K2-18 b ହେଉଛି ପୃଥିବୀଠାରୁ ୮.୬ ଗୁଣ ବଡ଼ ଏବଂ ଏହାର ବ୍ୟାସ ହେଉଛି ପୃଥିବୀଠାରୁ ୨.୬ ଗୁଣ ଅଧିକ । ଏହି ଗ୍ରହ ଏକ ବସତିଯୋଗ୍ୟ ଜୋନରେ ଘୂର୍ଣ୍ଣାୟମାନ ଯେଉଁଠି ଜଳ ଉପଲବ୍ଧ ହେବାର ସୁଯୋଗ ରହିଛି । ପୃଥିବୀଠାରୁ ଏହାର ଦୂରତା ରହିଛି ୧୨୪ ଆଲୋକ ବର୍ଷ । ଏକ ଆଲୋକ ବର୍ଷର ଦୂରତା ହେଉଛି ୯.୫ ଟ୍ରିଲିୟନ କିଲୋମିଟର । ୧୯୯୦ ପରଠାରୁ ସୌରଜଗତ ବାହାରେ ୫ ହଜାର ୮୦୦ଗ୍ରହ ବା ଏକ୍ସୋପ୍ଲାନେଟର ଆବିଷ୍କାର କରାଗଲାଣି । ଏହି ଏକ୍ସୋପ୍ଲାନେଟଗୁଡିକରେ ଜୀବଜଗତ ଲାଗି ସହାୟକ DMS ଓ DMDS ଗ୍ୟାସର ଉପସ୍ଥିତି ଥିବାରୁ ସେଠାରେ ଜୀବସତ୍ତା ଥାଇପାରନ୍ତି ବୋଲି କୁହାଯାଇଛି । ..