ସଞ୍ଜୟ ଲୀଲା ଭଂସାଲି କରୋନା ପଜିଟିଭ, କ୍ୱାରେଣ୍ଟାଇନରେ ଆଲିଆ

1 min read

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସେ ନିଜକୁ ସେଲ୍ଫ-କ୍ୱାରେଣ୍ଟାଇନ କରିଥିବା ବେଳେ ଅକଳରେ ପଡିଛନ୍ତି ଆଲିଆ ।

ଭଂସାଲିଙ୍କ ସହ ଆଲିଆ ନିଜର ଅପକମିଂ ଫିଲ୍ମ ଗଙ୍ଗୁବାଇ କାଠିୱାଡି ସୁଟିଂରେ ବ୍ୟସ୍ତ ଥିବା ବେଳେ ସଞ୍ଜୟ ଲୀଲା ଭଂସାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ କାଠିୱାଡି ଫିଲ୍ମ ଏକପ୍ରକାର ଅଟକି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

 

ଉଭୟ ରଣବୀର ଓ ସଞ୍ଜୟ ଲୀଲା ଭଂସାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଦୁହେଁ ସେଲ୍ଫ-କ୍ୱାରେଣ୍ଟାଇନରେ ରହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଆଲିଆ ଆସିଥିବାରୁ ସେ ନିଜକୁ କ୍ୱାରେଣ୍ଟାଇନ୍ କରିଥିବା ଜଣାପଡିଛି ।

ସୂଚନାନୁସାରେ ଭଂସାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ତାଙକ୍ ମା’ ଲୀଲା ଭଂସାଲି ସୁସ୍ଥ ରହିଛନ୍ତି ।  ସେ କହିଛନ୍ତି ଯେ ସଞ୍ଜୟଙ୍କ କରୋନା ଟେଷ୍ଟ ପଜିଟିଭ ଆସିବା ପରେ ମା’ଙ୍କର ଟେଷ୍ଟ କରାଯାଇଥିଲା । ଆଉ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ସୁରକ୍ଷା ଦୃଷ୍ଟି କୋଣରୁ ସେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି ।

ଏହା ପୂର୍ବରୁ ରଣବୀର କପୁରଙ୍କୁ କରୋନା ହୋଇଥିବା ନେଇ ତାଙ୍କ ମା’ ନିତୁ ଇନଷ୍ଟାଗ୍ରାମ ଜରିଆରେ ସ୍ପଷ୍ଟ କରିଥିଲେ । ନିତୁ ନିଜ ପୋଷ୍ଟରେ ଲେଖିଥିଲେ ଯେ, ‘ଆପଣ ସମସ୍ତଙ୍କ ପ୍ରାର୍ଥନା ଓ ଚିନ୍ତା ପାଇଁ ଧନ୍ୟବାଦ । ରଣବୀର କରୋନା ସଂକ୍ରମିତ । ସେ ଏବେ ଚିକିତ୍ସାଧିନ ଓ ସୁସ୍ଥ ଅଛନ୍ତି । ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି’’ ।

Leave a Reply