୧୦୦ କୋଟି କ୍ଲବରେ ଆଲିଆଙ୍କ ଅଭିନୀତ ‘Gangubai Kathiawadi’

1 min read

ନୂଆଦିଲ୍ଲୀ: ସଞ୍ଜୟ ଲିଲା ଭଂସାଲିଙ୍କ ନିର୍ଦ୍ଦେଶିତ Gangubai Kathiawadi ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛି । ଏକ ଶାନଦାର୍ ଓପନିଂ ସହ ପ୍ରାୟ ସପ୍ତାହେ ମଧ୍ୟରେ ବକ୍ସ ଅଫିସରେ କମାଲ୍ କରିଛି । ଆଲିଆଙ୍କ ଅଭିନୟ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଛି ।

ଫେବୃଆରୀ ୨୫ରେ ରିଲିଜ ହୋଇଥିବା ଏହି ଫିଲ୍ମଟି  ଶୁକ୍ରବାର ମଧ୍ୟରେ ଗ୍ଲୋବାଲ୍ ବକ୍ସ ଅଫିସରେ ୧୦୦ କୋଟି ପାର୍ କରିଛି । ଏନେଇ ଫିଲ୍ମ ବ୍ୟାନର ଭସାଂଲି ପ୍ରଡକ୍ସନ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରାଯାଇଛି । ‘‘ଫିଲ୍ମକୁ ଏତେ ଭଲ ପାଇବା ଦେଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ’’ ବୋଲି କ୍ୟାପସନରେ ଲେଖାଯାଇଛି ।

କୋଭିଡ କଟକଣାରେ କୋହଳ ପରେ ଫିଲ୍ମ ହଲ୍ ଗୁଡିକ ପୂର୍ଣ୍ଣ କ୍ଷମତାରେ ଚାଲୁଛି । ଶୁକ୍ରବାର ସୁଦ୍ଧା ଫିଲ୍ମଟି ୧୦୮.୩ କୋଟି ଟଙ୍କା ପାର କରିଥିବା ବେଳେ ଆଗକୁ ଆହୁରି ଭଲ୍ ଇନକମ୍ ହେବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ଖାଲି ଏତିକି ନୁହେଁ ଦର୍ଶକଙ୍କୁ ଧନ୍ୟବାଦ ଦେବାକୁ ଯାଇ ପ୍ରଡକ୍ସନ ହାଉସ୍ ପକ୍ଷରୁ ଏକ ସ୍ପେଶାଲ୍ ଟ୍ରେଲର୍ ମଧ୍ୟ ରିଲିଜ କରାଯାଇଛି । ଅନ୍ୟପଟେ ଗଙ୍ଗୁବାଇ ଫିଲ୍ମର ପ୍ରଶଂସା କରି ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ।

Leave a Reply