ଆଖଣ୍ଡଳମଣିଙ୍କ ମନ୍ଦିରରେ ବର୍ଷେ ହେଲା ବସୁନି ଟ୍ରଷ୍ଟବୋର୍ଡ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଖଣ୍ଡଳମଣିଙ୍କ ମନ୍ଦିରରେ ବର୍ଷେ ହେଲା ବସୁନି ଟ୍ରଷ୍ଟବୋର୍ଡ ବୈଠକ । ରାଜ୍ୟ ଦେବୋତ୍ତର ବିଭାଗ ଅଧିନରେ ଥିବା ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । ବିଶେଷକରି ଦୀର୍ଘ ୧ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଟ୍ରଷ୍ଟବୋର୍ଡ ବୈଠକ ବସୁନଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଇଛି ।  ଗତ ୨୦୨୨ରୁ ୨୩ମସିହାରେ ଦେବୋତ୍ତର ବିଭାଗ ପକ୍ଷରୁ ଗଠିତ ଟ୍ରଷ୍ଟବୋର୍ଡରେ ଭଦ୍ରକ ଉପଜିଲାପାଳ ମ୍ୟାନେଜିଂଟ୍ରଷ୍ଟି ଦାୟୀତ୍ବରେ ରହିଥିବା ବେଳେ କନିକାରାଜା ସାହେବଙ୍କ ପ୍ରତିନିଧି, ଚାନ୍ଦବାଲି ବିଧାୟକ, ସେବାୟତ ପ୍ରତିନିଧି, ଜନ ପ୍ରତିନିଧିଙ୍କୁ ନେଇ ଏକ ୫ ଜଣିଆ କମିଟ ରହିଛି । ଏମାନଙ୍କ ଗୋଚରରେ ମନ୍ଦିରର ସମସ୍ତ ଆୟ ବ୍ୟୟର ହିସାବ ରହିବା ସହ ପର୍ବପର୍ବାଣୀ କିପରି ଭାବେ ପାଳନ ହେବ ତାହା ଟ୍ରଷ୍ଟବୋର୍ଡ  ନିଷ୍ପତ୍ତି କ୍ରମେ କରାଯିବା ପାଇଁ ନୟମ ରହିଛି । ଏପରିକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ହେଲେ ଦେବୋତ୍ତର କମିସନରଙ୍କ ଅନୁମତି ନେବାର ଆଇନ ରହିଛି । ହେଲେ ମନ୍ଦିରରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଥିବା ବେଳେ ଦୀର୍ଘ ୧ବର୍ଷ ହେବ ଟ୍ରଷ୍ଟବୋର୍ଡ ବୈଠକ ବସିନଥିବାରୁ ଟ୍ରଷ୍ଟବୋର୍ଡର ସଭ୍ୟଙ୍କୁ ଅନ୍ଧାରରେ ରଖାଯାଉଛି । ଏହାସହ ପୀଠରେ ବିଭିନ୍ନ ସମସ୍ୟା ଉପୁଜୁଥିବା ମଧ୍ୟ କହିଛନ୍ତି କହିଛନ୍ତି ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ, ଜନ ପ୍ରତିନିଧି ସରୋଜ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ।