ବିଶ୍ୱାସ ଘାତକତା କରିଛନ୍ତି ଅଜିତ୍ ପାଓ୍ୱାର : ଶିବସେନା

ମୁମ୍ୱାଇ : ମହାରାଷ୍ଟ୍ରରେ ବିଜେପି ଓ ଏନସିପି ସରକାର ଗଠନ ପରେ ବିଭିନ୍ନ ଆଡୁ ପ୍ରତିକ୍ରିୟା ଆସୁଛି । ମହାରାଷ୍ଟ୍ରରେ ସବୁ ରାଜନୀତିକ ଦଳ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେପିର ନେତା ଓ ରାଜ୍ୟ ସଭାପତି ଶିବସେନାକୁ ସମାଲୋଚନା କରୁଥିବା ବେଳେ, କଂଗ୍ରେସକୁ ମଧ୍ୟ ସମାଲୋଚନା କରୁଛନ୍ତି ଶିବସେନା ନେତା ।

ଏନସିପିର ନେତା ଅଜିତ୍ ପାଓ୍ୱାର ମହାରାଷ୍ଟ୍ରର ଜନସାଧାରଣଙ୍କୁ ପଛରୁ ଛୁରା ମାରିଛନ୍ତି ବୋଲି ଶିବସେନା ମୁଖପାତ୍ର ସଂଜୟ ରାଓ୍ୱତ କହିଛନ୍ତି । ଗତକାଲିର ବୈଠକରେ ଆଜିତ ପାଓ୍ୱାର ଉପସ୍ଥିତ ଥିଲେ । ରାତିରେ ଷଡ଼ଯନ୍ତ୍ର କରି ଶରଦଙ୍କୁ କିଛି ନଜଣାଇ ଅଜିତ୍ ଏଭଳି କରିଛନ୍ତି ବୋଲି ଶିବସେନା କହିଛି । ରାଜ୍ୟପାଳ ମଧ୍ୟ ଏଥିରେ ସାମିଲ ଥିବା ସଂଜୟ ଆରୋପ ଲଗାଇଛନ୍ତି ।

ସେହିପରି ଏନସିପି ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି ଯେ, ପରିବାର ଓ ପାର୍ଟି ଅଲଗା ହୋଇଗଲା । ଏ ନିଷ୍ପତ୍ତି ଅଜିତଙ୍କର ଥିଲା ବୋଲି ଶରଦ ପାଓ୍ୱାର କହିଛନ୍ତି । କିଏ ସତ କହୁଛି ଏବଂ କିଏ ମିଛ ତାହା କଳନା କରିବା ମୁସ୍କିଲ । ବିଜେପିକୁ ସମର୍ଥନ କରିବା ଅଜିତ ପାଓ୍ୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଏହା ପାର୍ଟିର ନୁହେଁ ବୋଲି ଶରଦ ପାଓ୍ୱାର ମତ ଦେଇଛନ୍ତି ।

ସେପଟେ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ୍ କହିଛନ୍ତି ଯେ, ଶିବସେନା ଏଥିରୁ ଶିକ୍ଷାଲାଭ କରିବା ଉଚିତ୍ । ସଂଜୟ ରାଓ୍ୱତ ମୁଁହ ବନ୍ଦ କରି ରହିବା ଉଚିତ୍ । ଆଜି ଶିବସେନାର ଏଭଳି ଅବସ୍ଥା ପାଇଁ ସଂଜୟ ହିଁ ଦାୟୀ ବୋଲି କହିଛନ୍ତି ସଂଜୟ ।

Leave a Reply