ବଲିଉଡ଼ ଫିଲ୍ମକୁ ଟକ୍କର ଦେଉଛି ସାଉଥ୍ ଫିଲ୍ମ କାରଣ କଣ ? କହିଲେ ଅଜୟ ଦେବଗନ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ଜଗତରେ ସାଉଥ ଫିଲ୍ମର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି । ବକ୍ସ ଅଫିସରେ ଧମାଲ କରୁଛି ସାଉଥ୍ ଫିଲ୍ମ । ଏହାସହ ବଲିଉଡ଼ ଫିଲ୍ମର ଚାହିଦା ଧିରେ ଧିରେ କମିବାରେ ଲାଗିଛି । ଚଳିତ ବର୍ଷ ୩ଟି ସାଉଥ ଫିଲ୍ମ ସିନେପ୍ରେମିଙ୍କୁ ଖୁବ ଆତ୍କୃଷ୍ଠ କରିଛି । ସାଉଥ ଫିଲ୍ମର ହିନ୍ଦି ସଂସ୍କରଣ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଆଉ ଏହି ଚଳଚିତ୍ର ଲମ୍ବା ସମୟ ଧରି ହିଟ୍ ଲିଷ୍ଟରେ ରହୁଛି । ସେହି ଚଳଚିତ୍ରଗୁଡ଼ିକ ମଧ୍ୟରୁ ସାଉଥ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’, ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ଆରଆରଆର’ ଏବଂ ୟଶ ଷ୍ଟାରର ଫିଲ୍ମ ‘କେଜିଏଫ୍ ଚାପଟର ୨’ । ଏହି ତିନୋଟି ଫିଲ୍ମର ହିନ୍ଦି  ଭର୍ଜନ ୩ଶହ କୋଟିରୁ ଅଧିକ ରୋଜଗାର କରି ବଲିଉଡ ପିଲ୍ମକୁ ପଛରେ ପକାଇଛି ।

ତେବେ କାହିଁକି ବଲିଉଡ଼ ଫିଲ୍ମ ଉପରେ ଭାରି ପଡ଼ୁଛି ସାଉଥ ଫିଲ୍ମ ଏହାର କାରଣ କହିଛନ୍ତି ଅଭିନେତା ଅଜୟ ଦେବଗନ । ଆଉ ତାଙ୍କର ଏହି ପ୍ରତିକ୍ରିୟା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଜୟଙ୍କ ଫିଲ୍ମ ‘ରନୱେ 34’ ଏପ୍ରିଲ ୨୯ ତାରିଖରେ ରିଲିଜ ହୋଇଛି । ଆଉ ଏହି ଫିଲ୍ମର ପ୍ରମୋସନରେ ପାଇଁ ଅଜୟ ଦେବଗାନ ଜୋରସୋର ଲାଗିଛନ୍ତି  । ଯଦିଓ ଅଜୟ ଦେବଗନ୍ ଫିଲ୍ମ ‘ଆରଆରଆର’ରେ ଏକ କ୍ୟାମିଓ ଭୂମିକାରେ ନଜର ଆସିଥିଲେ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ ଦେବଗନଙ୍କୁ ପଚରାଯାଇଥିଲା ଯେ, ଦକ୍ଷିଣ ଚଳଚ୍ଚିତ୍ର ବା ସାଉଥ ଫିଲ୍ମ ବଲିଉଡକୁ କଡା ଟକ୍କର ଦେଉଛି ଏହାର କାରଣ କଣ । କାହିଁକି ହିନ୍ଦି ଫିଲ୍ମ ସାଉଥ ଫିଲ୍ମ ଆଗରେ ଫିକା ପଡ଼ୁଛି ।

ଉତ୍ତରରେ ଅଜୟ କହିଛନ୍ତି ଯେ, “ଏହା ନୁହେଁ ଯେ ଏଠାର ଫିଲ୍ମ ସେଠାରେ ପହଞ୍ଚୁନି । କେହି ସେପରି ଚେଷ୍ଟା ହିଁ କରିନାହାଁନ୍ତି । କେହିବି ବଲିଉଡ଼ ଫିଲ୍ମକୁ ସାଉଥରେ ବହୁ ପରିମାଣରେ ରିଲିଜ୍ କରିବାର ଦାୟିତ୍ୱ ନେଇ ନାହାଁନ୍ତି ।  ଯଦି କିଏ ଏମତି ଚେଷ୍ଟା କରିବ ତାହାଲେ ନର୍ଥ ଫିଲ୍ମ ବା ବଲିଉଡ଼ ବି ଭଲ କରିବ । ସାଉଥ ଫିଲ୍ମ ବହୁତ ଭଲ ଆଉ ଏଠାରେ ସେ ଭଲ ସଫଳତା ମଧ୍ୟ ପାଉଛି । ଆମ ଫିଲ୍ମଗୁଡ଼ିକୁ ମଧ୍ୟ ଦର୍ଶକ ପସନ୍ଦ କରୁଛନ୍ତି । ତେବେ ତାଙ୍କ ଫିଲ୍ମର ସଫଳତା ହେଉଛି ପରସ୍ପର ବୁଝାମଣା । ସାଉଥର ଚଳଚିତ୍ର ନିର୍ମାତା ଯୋଜନା କରନ୍ତି ଯେ, ସେମାନେ ତାଙ୍କ ଫିଲ୍ମ ନର୍ଥରେ ରିଲଜ କରିବେ । ସେଥିପାଇଁ ସାଉଥ୍ ଫିଲ୍ମରେ ନର୍ଥ ଅଭିନେତାମାନଙ୍କୁ ନିଆଯାଉଛି ।  ସେହିଭଳି ସେମାନେ ସ୍କ୍ରିପ୍ଟ ମଧ୍ୟ ଯୋଜନା କରୁଛନ୍ତି ଯେମିତି ସମସ୍ତେ ଏହାକୁ ପସନ୍ଦ କରିବେ ।

ଅଜୟ ଦେବଗନଙ୍କୁ ପଚରାଯାଇଥିଲା ଯେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀ କିଏ ? ଏହା ଉପରେ ଅଜୟ କହିଛନ୍ତି ଯେ ସମସ୍ତେ ବହୁତ ଚମତ୍କାର ଓ ସମସ୍ତେ ସହୁତ ଭଲ ବୋଲି କହିଥିଲେ ।