ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା

1 min read

ବଲିଉଡର ମଲ୍ଲିକା ଐଶ୍ୱର୍ଯ୍ୟା ରାୟ ଆଜି ତାଙ୍କ ୪୬ତମ ଜନ୍ମଦିନ ପାଳନ କରୁଛନ୍ତି  । ଇଏ ଏମିତି ଏକ ନାୟିକା ଯିଏ ତାଙ୍କ ପର୍ସନାଲ ଏବ ପର୍ଫେକ୍ସନାଲ ଜୀବନକୁ ଖୁବ୍ ସୁନ୍ଦର ଭାବେ ସମ୍ଭାଳିଛନ୍ତି । ଏବେ ସେ ତାଙ୍କ ବିବାହିତ ଜୀବନରେ ସ୍ୱାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ଖୁବ ଖୁସି ଅଛନ୍ତି । କିନ୍ତୁ ଆପଣମାନେ ଜାଣନ୍ତି କି ଅଭିଷେକଙ୍କୁ ଛାଡ଼ି ତାଙ୍କ ନାଁ ଆଉ କେତେ ଜଣଙ୍କ ସହ ଯୋଡ଼ା ଯାଇଛି ।

କ୍ୟାରିୟରର ଆରମ୍ଭରୁ ମଡେଲିଂ କରୁଥିବା ସମୟରେ ତାଙ୍କ ନାଁ ମଡେଲ ରାଜୀବ ମୁଲଚନ୍ଦାଙ୍କ ସହ ଯୋଡ଼ା ଯାଇଥିଲା  । ବହୁଦିନ ପରସ୍ପରକୁ ଡେଟ୍ କରୁଥିବା ଏହି ଯୋଡ଼ି ମିଡ଼ିଆ ସାମ୍ନାରେ କିନ୍ତୁ ନିଜର ଫ୍ରେଣ୍ଡସିପକୁ ଜତେଇଥିଲେ  । ଏବଂ ପରସ୍ପର ସମ୍ପର୍କକୁ ବନ୍ଧୁତ୍ୱର ନାଁ ଦେଇଥିଲେ  ।

ତାପରେ ଐଶଙ୍କ ଜୀବନରେ ଆସିଥିଲେ ଭାଇଜାନ । ସଲମାନ-ଐଶଙ୍କ ଲଭଷ୍ଟୋରୀ ତ କିଛି ନିଆଁରା ଥିଲା  । ଯାହା ବଲିଉଡ଼ ଇତିହାସରେ ଏକ ସ୍ୱର୍ଣ୍ଣିମ କ୍ଷଣ ଥିଲା  । ଏବେ ପର୍ଯ୍ୟନ୍ତ ହିଁ ଏ ଯୋଡ଼ିକୁ ଦେଖିବାକୁ ଅନେଇ ବସିଛନ୍ତି ଦର୍ଶକ  । ତେବେ ଦୁଜଣଙ୍କ ଲଭ୍ ଆଉ ବ୍ରେକଅପ୍ ଥିଲା ବଲିଉଡ଼୍ ର ସବୁଠୁ ଚର୍ଚ୍ଚିତ ବିଷୟ । ସମୟ କ୍ରମେ ଏ ଷ୍ଟୋରୀରେ ବି ପୂର୍ଣ୍ଣଛେଦ ପଡ଼ିଯାଇଥିଲା  ।

ତାପରେ ତାଙ୍କ ନାଁ ବିବେକଙ୍କ ସହ ମଧ୍ୟ ଯୋଡ଼ାଯାଇଥିଲା  । ବିବେକ ଐଶଙ୍କ ପ୍ରେମରେ ପାଗଳ ଥିଲେ, କିନ୍ତୁ ଐଶ ଉଭୟଙ୍କ ସମ୍ପର୍କକୁ କେବଳ ବନ୍ଧୁତ୍ୱ କହି ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଥିଲେ ।

ସଲମାନଙ୍କ ସହ ବ୍ରେକଅପ୍ ପରେ ଐଶ୍ ବେଶୀ ସିରିୟସ ହୋଇଯାଇଥିଲେ ତାଙ୍କ ବିବାହକୁ ନେଇ । ଐଶ୍ ଅଭିଷେକଙ୍କ ସହ ବ୍ୟାକ୍-ଟୁ-ବ୍ୟାକ୍ ୨ଟି ଫିଲ୍ମ କଲା ପରେ ଅଭିଷେକ ଐଶଙ୍କୁ ପ୍ରପୋଜ୍ କରିଥିଲେ ଏବଂ ଐଶ୍ ସାଙ୍ଗେ ସାଙ୍ଗେ ମାନିଯାଇଥିଲେ । ତେବେ ବଡ଼ କଥା ହେଉଛି, ସେତେବେଳେ ଅଭିଷେକଙ୍କ ନିର୍ବନ୍ଧ କରିସ୍ମାଙ୍କ ସହ ସରିଥିଲା ।

କିନ୍ତୁ ଐଶ୍ ଏ ପ୍ରସ୍ତାବରେ ଟିକେ ବି ଡେରି ନକରି ବିବାହ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ଦୁହେଁ ୨୦୦୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ')}

Leave a Reply