ବୋଇଙ୍ଗ ଓ ଏୟାରବସଠୁ ୪୭୦ ଛୋଟ ଓ ବଡ଼ ବିମାନ କିଣିବ ଏୟାର ଇଣ୍ଡିଆ

1 min read

ନୂଆଦିଲ୍ଲୀ: ଏୟାରବସ୍ ଏବଂ ବୋଇଙ୍ଗଠାରୁ  ୪୭୦ ଛୋଟ ଓ ବଡ଼ ବିମାନ କିଣିବ ଏୟାର ଇଣ୍ଡିଆ । ବିମାନ ପରିଧି ସମ୍ପ୍ରସାରଣ ଦିଗରେ ଟାଟା ଗୃପର ଏହା ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । ଟାଟା ଗ୍ରୁପ ନିଜର ଏୟାର ଲାଇନ୍ ଏୟାର ଇଣ୍ଡିଆ ପାଇଁ ୨୫୦ ବିମାନ କିଣିବା ପାଇଁ ଫ୍ରାନ୍ସିସି କମ୍ପାନୀ ଏୟାରବସ୍ ସହ ଡିଲ୍ ଉପରେ ମଙ୍ଗଳବାର ଚୁକ୍ତି କରିଛି । ଦୁଇ କମ୍ପାନୀ ମଧ୍ୟରେ ଏହି ଡିଲ୍ ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ବଡ଼ ଡିଲ୍ ବୋଲି କୁହାଯାଉଛି । ଏହି ଡିଲ୍ ଆଧାରରେ ଏୟାରଲାଇନକୁ ଏୟାରବସ୍ ୪୦ ବଡ଼ ଆକାରର ଏ୩୫୦ ଏବଂ ୨୧୦ ଛୋଟ ଆକାରର ବିମାନ ଦେବ ।

ଏହି ଡିଲ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ଉଭୟ ଉଭୟଙ୍କୁ ଏହି ଐତିହାସିକ ଡିଲ୍ ପାଇଁ ଶୁଭେଚ୍ଛା ଜଣାଇଥିଲେ ।ସେହିପରି ବୋଇଙ୍ଗଠାରୁ ୨୨୦ ବିମାନ କିଣିବ ଏୟାର ଇଣ୍ଡିଆ । ହ୍ୱାଇଟ୍ ହାଉସ୍ ମଙ୍ଗଳବାର ଏନେଇ ଘୋଷଣା କରିଛି । ତେବେ ଏହି ଘୋଷଣା ଏୟାର ଇଣ୍ଡିଆର ଏବଂ ଏୟାବସ୍ ଡିଲର କିଛି ଘଣ୍ଟା ପରେ ଆସିଥିଲା । ଏୟାର ଇଣ୍ଡିଆ ଏବଂ ବୋଇଙ୍ଗ ମଧ୍ୟରେ ମେଗା ଜିଲର ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ଐତିହାସିକ ଚୁକ୍ତି ବୋଲି କହିଥିଲେ ଏବଂ କହିଥିଲେ ଯେ ଏହି ଚୁକ୍ତି ଆମେରିକାର ୪୪ ରାଜ୍ୟରେ ୧ ମିଲିୟନରୁ ଅଧିକ ଆମେରିକୀୟ ଚାକିରିର ସମର୍ଥନ କରିବ ।

 ଏୟାରଲାଇନ୍ ଏୟାରବସରୁ ୪୦ ବଡ଼ ଆକାରର ଏୟାରବସ୍ ଏ୩୫୦ ଏବଂ ୧୦ ବୋଇଙ୍ଗ ୭୭୭-୯ ବିମାନ କିଣିବ । ଏହା ବ୍ୟତୀତ ୨୧୦ ଛୋଟ ଆକାରର ଏୟାରବସ୍ ଏ୩୨୦/୩୨୧ ନିୟୋ ଏବଂ ୧୯୦ ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ କିଣିବ । ଏହି ଡିଲ୍ କେବଳ ଟାଟା ଗୃପ ପାଇଁ ନୁହେଁ ବରଂ ଭାରତର ବିମାନନ ବଜାର ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ନିଜେ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତକୁ ଆଗାମୀ ଦେଢ ଦଶକରେ ୨ହଜାରରୁ ଅଧିକ ବିମାନର ଆବଶ୍ୟକ ରହିବ ।

ଏହି କାରଣରୁ ଏହି ଡିଲ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସୂଚନାଥାଉକି ଗତ ବର୍ଷ ଜାନୁଆରୀରେ ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲା ଟାଟା ଗୃପ୍ । ଏହି ଅଧିଗ୍ରହଣ ପରେ ଟାଟା ଗୃପ ଏୟାରଲାଇନକୁ ଆଗକୁ ବଢ଼ାଇବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି । ଏୟାରଲାଇନ୍ ଶେଷଥର ୧୧୧ ବିମାନ କିଣିବା ପାଇଁ ୨୦୦୫ରେ ଅର୍ଡର ଦେଇଥିଲା । ଏଥିମଧ୍ୟରୁ ୬୮ ବିମାନର ଅର୍ଡର ବୋଇଙ୍ଗ ଦିଆଯାଇଥିବା ବେଳେ ୪୩ଟିର ଅର୍ଡର ଏୟାରବସକୁ ଦିଆଯାଇଥିଲା ।