ୟୁକ୍ରେନର ୧୯ ସହର ଉପରେ ଋଷ ପିଙ୍ଗିବ ବୋମା

କିଭ୍: ଯୁଦ୍ଧର ୧୯ତମ ଦିନରେ ୟୁକ୍ରେନର ୧୯ଟି ସହରର ଉପରେ ଋଷ ଏୟାର ଷ୍ଟ୍ରାଇକ୍ କରିବାର ଆଶଙ୍କ । ଏହି ୧୯ଟି ସହରରେ ଏୟାର ଷ୍ଟ୍ରାଇକ ସାଇରନ ବାଜି ସାରିଛି । ରାଜଧାନୀ କିଭ୍ ଓ ଖାର୍କିଭ୍ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏପଟେ ଆଜି ଉଭୟ ରାଷ୍ଟ୍ର ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବାର ଅଛି । ଏହା ପୂର୍ବରୁ ହୋଇଥିବା ୩ଟି ଆଲୋଚନାରୁ କିଛି ସଫଳତା ମିଳିନି ।

ସେପଟେ, ଋଷ ସେନା ସପକ୍ଷରେ ବାହାରୀଥିବା ଚିଚିନ୍ୟା ବିଦ୍ରୋହୀ କିଭ୍ ନିକଟରେ ପହଞ୍ଚି ଯାଇଛନ୍ତି । ଏହି ବିଦ୍ରୋହୀ ଲଢାକୁ ୟୁକ୍ରେନ ସେନା ଉପରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି । କିଭ୍ ପାଖରେ ପହଞ୍ଚିବା ପରେ ବିଦ୍ରୋହୀ ଲଢାକୁ ଭିଡିଓ ଜାରି କରି କିଭ୍ ପାଖରେ ଥିବା ୟୁକ୍ରେନ ସେନାର ଏକାଧିକ ପଏଣ୍ଟକୁ ଧ୍ବଂସ କରି ଦେଇଥିବା ଦାବି କରିଛନ୍ତି ।

ଏହା ପୂର୍ବରୁ ରବିବାର ଋଷ, ୟୁକ୍ରେନର ଏକ ସୈନ୍ୟ ପ୍ରତିଷ୍ଠାନ ଉପରକୁ ଆକ୍ରମଣ କରିଥିଲା । ଏଥିରେ ୧୮୦ ବିଦେଶୀ ହତ୍ୟାକାରୀଙ୍କୁ ମୃତ୍ୟୁ ଘଟିଥିବା ଋଷ ଦାବି କରିଥିଲା । ଏହି ସୈନ୍ୟ ପ୍ରତିଷ୍ଠାନ ଉପରେ ଋଷ ପକ୍ଷରୁ ୩୦ରୁ ଅଧିକ ମିଜାଇଲ ଫିଙ୍ଗିଥିବା ଜଣାପଡିଛି । ଅନ୍ୟପକ୍ଷରେ ଋଷ ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୪ ଆହତ ହୋଇଥିବା ୟୁକ୍ରେନ ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।