ଭୁବନେଶ୍ୱର ଏମସକୁ ଆସିବ ECMO ମେସିନ
1 min read
ଭୁବନେଶ୍ୱର: ଓଡ଼ିଶା ଆସିବ ଏକମୋ ମେସିନ । କୋଭିଡ ସ୍ଥିତିରେ ଅନେକ ରୋଗୀ ଗୁରୁତର ହୋଇ ବାହାର ରାଜ୍ୟକୁ ଯାଉଥିବାବେଳେ ଭୁବନେଶ୍ୱର ଏମ୍ସକୁ ଆସିବ ଇକମୋ ମେସିନ୍ । ଭୁବନେଶ୍ୱର AIIMS ପକ୍ଷରୁ ECMO ମେସିନ ପରଚେଜ ଅର୍ଡର ଦିଆଯାଇଛି । ତେଣୁ ଆସନ୍ତା ଦିନରେ ଏହି ମେସିନ ଭୁବନେଶ୍ୱର ଏମସରେ ଉବଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି ।
କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ରହୁଛି ଏହି ମେସିନ । ଯଦ୍ୱାରା ରୋଗୀ ଲାଇଫ୍ ସପୋର୍ଟରେ ରହିବା ଆବଶ୍ୟକ ପଡୁଛି । ଏପରି ସ୍ଥିତିକୁ ନଜରରେ ରଖି ଭୁବନେଶ୍ୱର ଏମସ ପକ୍ଷରୁ କିଣାଯିବ ECMO ମେସିନ । ଅନ୍ୟ ICUରୋଗୀଙ୍କ ପାଇଁ ବ୍ୟବହାର ହେବ ECMO ମେସିନ । ଚଳିତ ମାସ ଶେଷ ସୁଦ୍ଧା ECMO ସେବା ଭୁବନେଶ୍ୱର ଏମସରେ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି ।