ମାତ୍ର ୬ ବର୍ଷର ଅରହମ ହେଲେ ବିଶ୍ୱର କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର

1 min read

ଅହମଦାବାଦ: ଛଅ ବର୍ଷ ବୟସରେ ଶିଶୁ ମାନେ ସାଧାରଣତଃ ଭଲରେ ଅକ୍ଷର ପଢ଼ିବା ସହ ସଂଖ୍ୟା ଗଣିବା ଶିଖିଥାନ୍ତି । କିନ୍ତୁ ଅହମଦାବାଦର ଜଣେ ୬ ବର୍ଷର ଶିଶୁ ଏମିତି କାମ କରିଛନ୍ତି, ଯାହାକୁ ଦେଖି ବଡ଼ ବଡ଼ ସଫ୍ଟୱେୟାର ଇଞ୍ଜିନିୟର ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ।

ଛଅ ବର୍ଷର ଏହି ଶୁଶି କମ୍ପ୍ୟୁଟର ଜଗତରେ ଏମିତି କିଛି କାମ କରିଛନ୍ତି ଯାହା ଗିନୀଜ ବୁକ ଅଫ ୱର୍ଲଡରେକର୍ଡରେ ସ୍ଥାନ ପାଇଛି । ଅରହମ ତଲସାନିୟା ନାମକ ଏହି ଛଅ ବର୍ଷର ଶିଶୁ ଗିନୀଜ ବୁକ ଅଫ ୱାର୍ଲଡ ରେକର୍ଡରେ ସବୁଠାରୁ ଯୁବ କମ୍ପ୍ୟୁଟର ପ୍ରୋଗ୍ରାମର ରୂପରେ ସ୍ଥାନ ପାଇଛନ୍ତି । ଅରହମ ଛଅ ବର୍ଷ ବୟସରେ ସବୁଠାରୁ ଶକ୍ତିଶାଳୀ ପାଇଥନ ପ୍ରୋଗ୍ରାମିଂ ଭାଷା ପରୀକ୍ଷାକୁ କ୍ଲିୟର କରି ସେ ଗିନୀଜ ରେକର୍ଡ କରିଛନ୍ତି । ଏହି ପରୀକ୍ଷା ୨୦୨୦ ମସିହା ଜାନୁଆରୀ ୨୩ରେ ମାଇକ୍ରୋସଫ୍ଟ ଦ୍ୱାରା ଅଧିକୃତ ପିୟର୍ସନ ବ୍ୟୁ ଟେଷ୍ଟ ସେଣ୍ଟରରେ ଆଯୋଜିତ ହୋଇଥିଲା । ଏହି ପରୀକ୍ଷାକୁ ଅନେକ ଇଞ୍ଜିନିୟର କ୍ରାକ୍ କରିବାରେ ଅସଫଳ ହୋଇଥିଲେ କିନ୍ତୁ ଅହରମ ଏହା କରିଦେଖାଇଥିଲେ ।

ଅରହମ ପାକିସ୍ତାନ ମୂଳ ବ୍ରିଟିଶର ସାତ ବର୍ଷିୟ ମୁହମ୍ମଦ ହମଜା ଶହଜାଦଙ୍କ ଗିନୀଜ ୱାର୍ଲଡ ରେକର୍ଡକୁ ଭାଙ୍ଗିଛନ୍ତି । ଗୋଟିଏ ପରିକ୍ଷାରେ ଯେଉଁଠି ପରିକ୍ଷାର୍ଥୀଙ୍କୁ ପ୍ରତିଷ୍ଠିତ ପ୍ରମାଣ ପ୍ରାପ୍ତା ପାଇଁ ୧୦୦୦ରୁ ୭୦୦ ନମ୍ବର ଆବଶ୍ୟକ ହୋଇଥାଏ, ସେଇଠି ଅରହମ ୯୦୦ ମାର୍କ ରଖିଥିଲେ ଏବଂ ତାଙ୍କୁ ମାଇକ୍ରୋସୋଫ୍ଟ ଟେକ୍ନୋଲୋଜୀ ଏସୋସିଆଟ ରୂପରେ ମାନ୍ୟତା ମଧ୍ୟ ମିଳିଛି । ଅହମଦାବାଦରେ ରହୁଥିବା ଅରହମଙ୍କ ବାପା ଓମ ତଲସାନିଆୟା ବୃତ୍ତିରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି ଏବଂ ତାଙ୍କ ମାଆ ତୃପ୍ତି ତଲସାନିୟା ଜଣେ ଅଧ୍ୟାପିକା ସହ ଇଞ୍ଜିନିୟର ଅଟନ୍ତି । ବିଶ୍ୱର ସବୁଠାରୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମରର ମାନ୍ୟତା ପାଇବା ପରେ ପରିବାର ଲୋକ ଖୁବ ଗୌରବ ଅନୁଭବ କରୁଛନ୍ତି ।

ମାତ୍ର ୨ ବର୍ଷ ବୟସରେ ଅରହମଙ୍କର କମ୍ପ୍ୟୁଟର ପ୍ରତି ଖୁବ ଦୁର୍ବଳତା ଥିଲା ଯାହା ଆଗକୁ ଯାଇ ବଢ଼ିବାରେ ଲାଗିଲା । ଯେତେବେଳେ ଅରହମଙ୍କ ବାପା ଘରୁ କାମ କରୁଥିଲେ ସେତେବେଳେ ମଧ୍ୟ ଅରହମ ବାପାଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଥିଲେ । ଏହାପରେ ଅହରମ ନିଜେ ଏକ ଭିଡିଓ ଗେମ ପ୍ରସ୍ତୁତ କରିବେ ବୋଲି ବାପାଙ୍କୁ କହିଥିଲେ । ପୁଅର ଏହି ଆଗ୍ରହକୁ ଦେଖି ବାପା ବୁଝିସାରିଥିଲେ କାରଣ ଅହରମ ଖୁବ ଦୃତ ଗତିରେ ସବୁଖିଛି ଶିଖୁଥିଲେ । ଏମିତିରେ ଅହରମ ମାଇକ୍ରୋସୋଫ୍ଟ ଅଧିକୃତ ପରୀକ୍ଷା ଦେବ ବୋଲି ବାପା ନିଷ୍ପତ୍ତି ନେଇଥିଲେ ।

ପୁଅର ଏହି ସଫଳତାରେ ବାପା କହିଛନ୍ତି ଯେ, ‘ଅରହମଙ୍କୁ ପ୍ରଥମରୁ ଏହି ସବୁ ଜିନିଷ ପ୍ରତି ଖୁବ ଆଗ୍ରହ ଥିଲା । ଏହା ପରେ ମୁଁ ତାକୁ ସମସ୍ତ ଜିନିଷ ଶିଖାଇଲି ଏବଂ ସେ ଦୃତ ଗତିରେ ଏସବୁକୁ ଶିଖିବାକୁ ଲାଗିଲା । ସେ ପ୍ରତିଦିନ ୧-୧ ଘଣ୍ଟା ଟ୍ରେନିଂ ନେଉଥିଲା । ପରବର୍ତ୍ତୀ ସମୟରେ ସେ ଧିରେ ଧରେ ପ୍ରୋଗ୍ରାମିଂ କରିବା ଆରମ୍ଭ କରିଥିଲା । ପୁଅର ଏହି ସଫଳତାକୁ ନେଇ ବାପା ମାଆ ଖୁବ ଖସି ଥିବା ସେ କହିଛନ୍ତି । ତେବେ ଆଗାମୀ ଦିନରେ ଅରହମ କମ୍ପ୍ୟୁଟର ଜଗତରେ ଆହୁରି ଅନେକ ସଫଳତା ପାଇବେ ବୋଲି ପରିବାର ଲୋକଙ୍କ ଆଶା  ।

Leave a Reply