ମାର୍କେଟ ବିଲ୍ଡିଂରେ ପୁଣି ଥରେ ଲାଗିଲା ନିଆଁ, ୪ ଅଗ୍ନିଶମ ବାହିନୀ ନିୟୋଜିତ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ପୁଣି ଥରେ ଲାଗିଲା ନିଆଁ  । ରାତି ପ୍ରାୟ ସାଢେ ୧୦ଟାରେ ନିଆଁ ଲାଗିଥିବା ଜଣାପଡ଼ିଛି  । ମିଳିଥିବା ସୂଚନା ମୁତାବକ ମାର୍କେଟ ବିଲ୍ଡିରେ ଥିବା ଉଷା ସୋରୁମରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି  । ଘଟଣାସ୍ଥଳରେ ଅଗ୍ନିଶମ ପହଁଛିଛନ୍ତି, ପ୍ରାୟ ତିନୋଟି ନିଆଁଲିଭା ଗାଡ଼ି ଏବଂ ୪୦ ରୁ ଉର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ସୋରୁମ ନିକଟରେ ପହଁଚି ନିଆଁ ଲିଭାରେ ନିୟୋଜିତ ଅଛନ୍ତି  ।

ତେବେ ଉକ୍ତ ଦୋକାନଟି ଇଲେକ୍ଟ୍ରୋନିକ୍ ସୋରୁମ ହୋଇଥିବାବେଳେ ନିଆଁ ବ୍ୟାପିବା ପ୍ରତି ବିପଦ ରହିଛି  ।  ଅଗ୍ନିଶମ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି  । କିଭଳି ପାଖ ଦୋକାନକୁ ନିଆଁ ନବ୍ୟାପିବ ସେନେଇ ମଧ୍ୟ ସତର୍କ ଅଛନ୍ତି ଅଗ୍ନିଶମ କର୍ମଚାରୀ  । ତେବେ ସୋରୁମରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ  । ପାଖ ଦୋକାନକୁ ନିଆଁ ସାମାନ୍ୟ ବାପିଥିବାବେଳେ ନିଆଁକୁ ଆୟତ କରାଯିବା ନେଇ ସୂଚନା ରହିଛି  ।