spot_img

Latest Posts

୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ ବିରଳ କଳା ବାଘ ଠାବ

ସୁନ୍ଦରଗଡ: ସୁନ୍ଦରଗଡ ପାଇଁ ଖୁସି ଖବର। ୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ । ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଫରେଷ୍ଟ ରେଞ୍ଜର ଜଙ୍ଗଲରେ ଠାବ ହେଲା ବିରଳ କଳା ବାଘ। ପୂର୍ବରୁ ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନବିଭାଗର କ୍ୟାମେରା। ହେଲେ ସେବେଠାରୁ ଆଉ ଏହି ବାଘର ପତ୍ତା ମିଳିନଥିଲା।

ଦୀର୍ଘ ୬ ବର୍ଷ ପରେ ପୁଣି ଥରେ ବନ ବିଭାଗର କ୍ୟାମେରାରେ ଠାବ ହୋଇଛି ଏହି ବିରଳ କଳା ବାଘ। କେବଳ କଳା ବାଘ ନୁହଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାସେ।

Latest Posts

Don't Miss