ଫିଲ୍ମର ବଡ଼ ସଫଳତା ପରେ ‘ସୁନା ମୁଦ୍ରା’ ବାଣ୍ଟିଲେ ରାମ ଚରଣ

1 min read

ନୂଆଦିଲ୍ଲୀ: ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗିଛି ଏସ ଏସ ରାଜମୌଲିଙ୍କ ଫିଲ୍ମ ଆରଆରଆର । ଏହାକୁ ନେଇ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦିନ ଦିନ ନୂଆ ନୂଆ ରେକର୍ଡ ଜାରି ରଖିଛି ଫିଲ୍ମ । ଫିଲ୍ମ ୧୦ ଦିନରେ ୧ ହଜାର କୋଟି ରୋଜଗାର କରିସାରିଲାଣି । ଏବଂ ଫିଲ୍ମଟି ପ୍ରତ୍ୟେକ ଦିନ ପାଖାପାଖି ଶହେ କୋଟି ଟଙ୍କାର ରୋଜଗାର କରୁଛି । ଏବଂ ଫିଲ୍ମରେ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ଅଭିନୟକୁ ବିଶ୍ୱସାରା ପ୍ରସଂଶା କରାଯାଇଛି ।  ଚଳଚ୍ଚିତ୍ରର ସଫଳତା ପରେ ‘ଅଲୁରି ସୀତାରାମ ରାଜୁ’ର ଭୂମିକାରେ ଅଭିନୟ କରିଥିବା ଅଭିନେତା ରାମଚରଣ ବହୁତ ଖୁସି ଅଛନ୍ତି । ଏହି ଖୁସିରେ RRR ‘ଦଳର ଅନେକ ସଦସ୍ୟଙ୍କୁ ସୁନା ମୁଦ୍ରା ଉପହାର ଦେଇଛନ୍ତି ।

ସୂଚନା ଅନୁସାରେ,  ରାମ ଚରଣ ‘ଆରଆରଆର’ ୟୁନିଟର ଅନ୍ୟ ସହାୟକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । ମୁମ୍ବାଇ ଯିବା ପୂର୍ବରୁ ଏହି ଅଭିନେତା ରାଜାମୌଲି ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ କାମ କରୁଥିବା ପ୍ରାୟ ୩୫ଜଣ ଟେକ୍ନିସିଆନଙ୍କୁ ୧୦-୧୦ ଗ୍ରାମ ସୁନା ମୁଦ୍ରା ଦେଇଛନ୍ତି । ଉପହାର ନେଇଥିବା ବ୍ୟକ୍ତିମାନେ ହେଉଛନ୍ତି, ଚଳଚ୍ଚିତ୍ରର ଉତ୍ପାଦନ ବିଭାଗର ବିଭିନ୍ନ ବିଭାଗର ମୁଖ୍ୟ (RRR ଚଳଚ୍ଚିତ୍ର) ଯେପରିକି କ୍ୟାମେରା ଆସିଷ୍ଟାଣ୍ଟ (ସିନେମାଟୋଗ୍ରାଫି), ପ୍ରଡକ୍ସନ୍ ମ୍ୟାନେଜର, ଆକାଉଣ୍ଟାଣ୍ଟ, ଷ୍ଟେସନାରୀ ଫଟୋଗ୍ରାଫର, ନିର୍ଦ୍ଦେଶନା ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ଅନ୍ତର୍ଭୁକ୍ତ ।

ରାମ ଚରଣ ପ୍ରଥମେ ଫିଲ୍ମରେ ସହଯୋଗ କରିଥିବା ସହାୟକମାନଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ । ଆଉ ସେମାନଙ୍କୁ ଏହି ସୁନା ମୁଦ୍ରା ସହ ମିଠା ମଧ୍ୟ ଦେଇଥିଲେ । ତେବେ ଏହି ସୁନା ମୁଦ୍ରାଟି ସ୍ୱତନ୍ତ୍ର । କାରଣ ଏହି ମୁଦ୍ରା ଗୋଟିଏ ପଟେ ଆରଆରଆର ଲେଖାଯିବା ସହ ଅନ୍ୟପଟେ ରାମ ଚରଣଙ୍କ ନାଁ ଲେଖାଥିଲା । ତେବେ ଅଭିନେତାଙ୍କ ଦୟାଳୁ ମନେଭାବ ପାଇଁ ସେ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ପୁଣି ଏବେ ତାଙ୍କର ଏହି ଉପହାର ତାଙ୍କୁ ପ୍ରସଂଶାର ଯୋଗ୍ୟ କରିଛି ।

[DISPLAY_ULTIMATE_SOCIAL_ICONS]