ଧୂମପାନ କରୁଥିବା ବ୍ୟକ୍ତି ସାବଧାନ, କରୋନା କାଳରେ ତାହା ବନ୍ଦ କରନ୍ତୁ…

1 min read
Corona

ଭୁବନେଶ୍ୱର: କରୋନା ସମୟରେ ଧୂମପାନ ମନା । ଯେଉଁମାନେ କରୁଛନ୍ତି ସେମାନେ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । ନଚେତ୍‌ ସମସ୍ୟାରେ ପଡ଼ିପାରନ୍ତି । ଏନେଇ ଆଜି ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ଜୟନ୍ତ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି । କରୋନା ଆକ୍ରାନ୍ତ ଥିବା ସମୟରେ ଧୂମପାନ ନ କରିବା ସହ ୧୭ ଦିନ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଧୂମପାନ ଶରୀର ପାଇଁ କ୍ଷତିକାରକ । ଧୂମପାନ ଦ୍ୱାରା ମୁଖ ଗହ୍ୱରରେ ଓ ଫୁସ୍‌ଫୁସ୍‌ରେ କ୍ୟାନ୍‌ସର ହୋଇଥାଏ । ତେଣୁ ଯଦି କୋଭିଡ୍‌ ଯୋଗୁଁ ଧୁମପାନ ଛାଡ଼ିବାକୁ କୁହଯାଇଛି ତେବେ ଏହାପରେ ପୁଣି ଆରମ୍ଭ କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ପରିବାରର ମଧ୍ୟ କ୍ଷତି ହେଉଛି ବୋଲି କହିଛନ୍ତି ବିଶେଷଜ୍ଞ ।

କୋଭିଡ୍‌ରୁ ମୁକ୍ତ ହେବା ପରେ କ’ଣ ସତର୍କତା ଅବଲମ୍ବନ କରିବା ?

କୋଭିଡ୍‌ରୁ ମୁକ୍ତ ହେବା ପରେ ମଧ୍ୟ ଦାୟିତ୍ୱର ସହ ରହିବା । ବାରମ୍ବାର ହାତ ଧୋଇବା, ପରିବେଶକୁ ସଫା ସୁତୁରା ରଖିବା, ସାମାଜିକ ଦୂରତା ଅବଲମ୍ବନ କରିବା । କାରଣ କୋଭିଡ୍‌ ଭୟ ଏବେ ବି ଯାଇନି । ତେବେ କୋଭିଡ୍‌ରୁ ମୁକ୍ତ ହେବା ପରେ ମଧ୍ୟ ଅଧିକ ସତର୍କତାର ସହ ରହିବାକୁ ହେବ । ସଫାସୁତୁରାକୁ ଅଧିକ ଗୁରୁତ୍ୱ ଦେବା ଉଚିତ୍‌ । କାରଣ କୋଭିଡ୍‌ରୁ ମୁକ୍ତ ହେବା ପରେ ରୋଗୀ ଅନ୍ୟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏପରିକି କାଶ-କଫ-ଛିଙ୍କ-ଥଣ୍ଡା ଅଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । କରୋନା ଟିକା ନବାହାରିବା ପର୍ଯ୍ୟନ୍ତ ଏହି ନିୟମ ଅବଲମ୍ବନ କରିବାକୁ ପଡ଼ିବ ।

https://www.facebook.com/NandighoshaTV/videos/1606106726236264/

କୋଭିଡ୍‌ରୁ ମୁକ୍ତ ପରେ କେଉଁ ଖାଦ୍ୟ ଆବଶ୍ୟକ ?

କୋଭିଡ୍‌ରୁ ମୁକ୍ତ ହେବା ପରେ ବ୍ୟକ୍ତିକୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼େ । ଯେଉଁ ଖାଦ୍ୟରେ ଅଧିକ ପ୍ରୋଟିନ୍‌ ଭିଟାମିନ ଆଦି ରହିଛି ସେହି ଖାଦ୍ୟ ଖାଇବା ଆବଶ୍ୟକ । କାରଣ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ରୋଗୀ ଅତ୍ୟନ୍ତ କ୍ଲାନ୍ତ ହୋଇପଡ଼ିଥାଏ । ତେଣୁ ପ୍ରାୟ ଦୁଇ ସପ୍ତାହ ଧରି ଖାଦ୍ୟପାନୀୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ ୪ରୁ ୫ ଥର ଖାଇବାକୁ ହେବ । ସବୁଜ ପନିପରିବା, ମାଛ କ୍ଷୀର ଆଦି ଖାଇବାକୁ ପରାମର୍ଶ ଦିଆଯାଇଛି । ତେବେ କାର୍ବୋହାଇଡ୍ରେଡ୍‌ ଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବାକୁ କୁହାଯାଇଛି ।

କୋଭିଡ୍‌ରୁ ମୁକ୍ତ ପରେ ଅଧିକ ଛୁଟି ଅନାବଶ୍ୟକ

କୋଭିଡ୍‌ରୁ ମୁକ୍ତ ହେବା ପରେ ଏକ ସପ୍ତାହ ମଧ୍ୟରେ କାମରେ ଯୋଗଦେଇପାରିବେ । ଯଦି ଶରୀରରେ ସାମାନ୍ୟ ଲକ୍ଷଣ ଯଥା, କାଶ-ଛିଙ୍କ କିମ୍ବା ଦୁର୍ବଳ ଲାଗୁଥାଏ ତେବେ ଅଧିକ ଏକ ସପ୍ତାହ ପର୍ଯ୍ୟନ୍ତ ଘରେ ବିଶ୍ରାମ ନେଇପାରିବେ । ପରେ ପୁଣି ସାଧାରଣ ଭାବେ କାମରେ ଯୋଗଦେଇପାରିବେ । ଶାରୀରିକ ପରିଶ୍ରମ କରି ଜୀବୀକା ନିର୍ବାହ କରୁଥିବା ଲୋକ ମଧ୍ୟ ଦୁଇ ସପ୍ତାହ ବିଶ୍ରାମ ନେଇ ନେଇ ପୁଣି କାମ କରିପାରିବେ । କରୋନାରୁ ମୁକ୍ତ ହେବା ପରେ ମାସ ମାସ ଧରି ବିଶ୍ରମ ଆବଶ୍ୟକତା ନାହିଁ ।

Leave a Reply