CBSE, ICSE ପରେ ବାତିଲ୍ ହେବ କି NEET ?
1 min readନୂଆଦିଲ୍ଲୀ: ସଂକ୍ରମଣରେ କେମିତି ହେବ ପରୀକ୍ଷା ? ସିବିଏସଇ ଓ ଆଇସିଏସ୍ଇ ପରେ ବାତିଲ୍ ହେବ କି ନିଟ୍ ଓ ଜେଇଇ ପରୀକ୍ଷା ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ବାରମ୍ବାର ବିବାଦ ମଧ୍ୟରେ ରହି ଆସୁଥିବା ପ୍ରିମିୟର ଏଣ୍ଟ୍ରାନ୍ସ ଏକଜାମ୍ ‘ନିଟ୍’ ଚଳିତ ବର୍ଷ ହୋଇନପାରେ । ଅନେକ ଛାତ୍ରଛାତ୍ରୀ ମଧ୍ୟ କରୋନା ସଂକ୍ରମଣ ଭିତରେ ନିଟ୍ ନହେବା ନେଇ ସୋସିଆଲ୍ ମିଡିଆରେ ଦାବି ଉପସ୍ଥାପନ କରିଛନ୍ତି ।
ବିଭିନ୍ନ ବୋର୍ଡ ଏକଜାମ୍ ବାତିଲ୍ ପରେ NEET ବାତିଲ୍ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ, ତାମିଲାନାଡ଼ୁ ହେଲଥ ଡେଭଲପମେଣ୍ଟ ଆସୋସିଏସନର ସଭାପତି ସର୍ଗୁନମ କହିଛନ୍ତି- NEET ଏ ବର୍ଷ ନୁହଁ, ସବୁ ବର୍ଷ ପାଇଁ ରଦ୍ଦ ହେଉ ।.
ସେହିପରି ଚଳିତବର୍ଷ NEET ବନ୍ଦ ସପକ୍ଷରେ ଅଛନ୍ତି ଡକ୍ଟର ଆସୋସିଏସନ ଫର୍ ସୋସିଆଲ୍ ଇକ୍ୱାଲିଟିର ଡକ୍ଟର ରବୀନ୍ଦ୍ରନାଥ । ଚଳିତବର୍ଷ NEETକୁ ବାଦ୍ ଦିଆଯିବା ଦରକାର । ନାମଲେଖା ନେଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯିବା ଦରକାର । କେବଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦ୍ର ସରକାର କିଛି ମେକାନିଜିମ୍ କରନ୍ତୁ । ରାଜ୍ୟ ନିଜ ହିସାବରେ ସିଟ୍ ଆବଣ୍ଟନ କରିବାକୁ ସେ କହିଛନ୍ତି ।
मुझे यह बताते हुए खुशी हो रही है कि आज @DG_NTA द्वारा एक और बेहतरीन पहल की गई है, "नेशनल टेस्ट अभ्यास" ऐप में अब अंग्रेजी के साथ-साथ हिंदी के पेपर्स भी सम्मिलित किये गए हैं।
छात्र काफी समय से हिंदी में पेपर्स की मांग कर रहे थे। यह कदम छात्रों की मांग को देखते हुए उठाया गया है। pic.twitter.com/Tp6cSpGwdL— Dr. Ramesh Pokhriyal Nishank ( Modi Ka Parivar) (@DrRPNishank) June 21, 2020
ଏହାରି ଭିତରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ପ୍ରଦାନ କରିଛନ୍ତି । ଏଣିକି ନ୍ୟାସନାଲ ଟେଷ୍ଟ ଆପ୍ ‘ଅଭ୍ୟାସ’ ହିନ୍ଦୀ ମଡ୍ୟୁଲରେ କାର୍ଯ୍ୟ କରିବ । ଜେଇଇ ମେନ୍ ଓ ନିଟ୍ ଆଶାୟୀ ଏହି ଆପ୍ ମାଧ୍ୟମରେ ଅନଲାଇନ୍ ମକ୍ ଟେଷ୍ଟରେ ମୋବାଇଲରେ ଭାଗ ନେଇପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।