କେବଳ ବ୍ଲାକ୍‌ ଫଙ୍ଗସ୍‌ ନୁହେଁ ବରଂ କରୋନା ରୋଗୀଙ୍କୁ ଆକ୍ରମଣ କରୁଛି ଏହି ନୂଆ ରୋଗ

ନୂଆଦିଲ୍ଲୀ: ବ୍ଲାକ୍‌ଫଙ୍ଗସ୍‌ ପରେ ଏବେ ଦେଶରେ ଆଉ ଏକ ଫଙ୍ଗଲ ଆକ୍ରମଣ ଚିନ୍ତା ବଢାଇଛି । ଯାହାର ନାଁ ହେଉଛି ଏସ୍ପରଗିଲୋସିସ୍‌। ବ୍ଲାକ୍‌ଫଙ୍ଗସ୍‌ଭଳି ଏହା ମଧ୍ୟ କରୋନା ରୋଗୀଙ୍କୁ ନିଜ କବଜାକୁ ନେଉଛି । ଏହି ରୋଗ କରୋନା ପଜିଟିଭ୍‌ହୋଇଥିବା ବ୍ୟକ୍ତି ବା କରୋନାରୁ ସୁସ୍ଥ ହୋଇ ସାରିଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା ବଢାଇଛି । ଗୁଜୁରାଟର ଭଦୋଦରାରେ ଏସ୍ପରଗିଲୋସିସ୍‌ର ୮ଟି ମାମଲା ସାମ୍ନାକୁ ଆସିଛି ।

କ’ଣ ଏହି ରୋଗ ଏବଂ ଏହାର ଲକ୍ଷଣ କ’ଣ?

ଏହିଭଳି ଫଙ୍ଗସ ଆପଣଙ୍କ ଘର କିମ୍ବା ଆଖପାଖରେ ରହିଥାଏ । ସାଧାରଣତଃ ଏହା ଶୁଖିଲା ପତ୍ର ଏବଂ ପଚାସଢା ଜିନିଷରୁ ଉତ୍ପନ୍ନ ହୋଇଥାଏ । ନିଃଶ୍ୱାସ ଦ୍ୱାରା ଏହା ଶରୀର ମଧ୍ୟକୁ ପ୍ରବେଶ କରେ । କିନ୍ତୁ ଏହାଦ୍ୱାରା ଶରୀର ତତକ୍ଷଣାତ୍‌ଅସୁସ୍ଥ ହୋଇନଥାଏ । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବା ଲୋକଙ୍କୁ ଏହା ଆକ୍ରମଣ କରିଥାଏ ।

ଆମେରିକା ହେଲ୍ଥ ବଢି ଅନୁସାରେ ଏହା ଶ୍ୱାସରୋଗୀଙ୍କୁ ଖୁବ୍‌ଶୀଘ୍ର କବଜା କରିପାରେ । କ୍ରୋନିକ ପଲମୋନାରି ଏସ୍ପରଗିଲୋସିସ କ୍ରୋନିକ ଆବଷ୍ଟ୍ରାକ୍ଟିଭ୍‌ପଲମୋନାରୀ ଡିଜିଜ୍‌ବା ସାରକାଇଡୋସିସ ବ୍ୟତୀତ ଫୁସଫୁସ ଜନିତ ଅନ୍ୟ କିଛି ରୋଗରେ ପୀଡ଼ିତ ହୋଇଥିବା ବ୍ୟକ୍ତିଙ୍କ ଶରୀରକୁ ଏହି ଫଙ୍ଗସ କବଜା କରିଦିଏ । କେବଳ ସେତିକି ନୁହେଁ କର୍କଟ ରୋଗୀଙ୍କ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରିଥାଏ ।

ଏହାଦ୍ୱାରା ଥଣ୍ଡା, ମୁଣ୍ଡବିନ୍ଧା, ଘ୍ରାଣ ଶକ୍ତି କମିଯିବା, କାଶରେ ରକ୍ତ ପଡ଼ିବା, ନିଃଶ୍ୱାସ ନେବାରେ ସମସ୍ୟା, ଓଜନ କମ୍‌ହେବା ଏବଂ କ୍ଲାନ୍ତ ହେବାଭଳି ସମସ୍ୟା ଦେଖାଦିଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ବ୍ଲାକଫଙ୍ଗସ ତୁଳନାରେ ଏହା କମ୍‌ବିପଦପୂର୍ଣ୍ଣ । କିନ୍ତୁ ଏହାକୁ ନଜର ଅନ୍ଦାଜ କରିବା ଅନୁଚିତ୍‌।

Leave a Reply