ଆୟଲ୍ୟାଣ୍ଡରୁ ଫେସବୁକ୍ ପଠାଇଲା ‘ସୁଇସାଇଡ୍ ଆଲର୍ଟ’, ପୋଲିସ ବଞ୍ଚାଇଲା ଯୁବକଙ୍କ ଜୀବନ
1 min read
ଆୟଲ୍ୟାଣ୍ଡ: ଆୟଲ୍ୟାଣ୍ଡରେ ଫେସବୁକ୍ କାର୍ଯ୍ୟନିର୍ବାହୀ ଓ ଦିଲ୍ଲୀ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇ ପାରିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀର ରାଜୗେରୀ ଗାର୍ଡେନ୍ ଅଞ୍ଚଳର ହୋଇଥିବା ବେଳେ ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ।
ସୁଇସାଇଡ୍ ଆଲର୍ଟ ପାଇବା ମାତ୍ରେ ଦିଲ୍ଲୀର ପ୍ରସିଦ୍ଧ ସିଗ୍ନେଚର ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ କିଛି ସମୟ ମଧ୍ୟରେ ଉଦ୍ଧାର କରାଯାଇଥିଲା। ଆସନ୍ତୁ ଜାଣିବା ଏହିଭଳି ଆଉ କେଉଁସବୁ ଘଟଣା ଘଟିଛି…
ଗତ ଗୁରୁବାର ଦିନ ଦିଲ୍ଲୀ ପୋଲିସର ସାଇବର ସେଲକୁ ଫେସବୁକ ପକ୍ଷରୁ ସୁଇସାଇଡ୍ ଆଲର୍ଟ ଦିଆଯାଇଥିଲା । ସାଇବର ସେଲ ଅନୁଯାୟୀ ଗୁରୁବାର ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ନେଇ ଫେସବୁକରେ ପୋଷ୍ଟ କରିଥିବା ସୂଚନା ମିଳିଥିଲା। ଯାହା ପରେ ଟେକ୍ନିକାଲ୍ ସର୍ଭିଲାନ୍ସରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ରାଜୗେରୀ ଗାର୍ଡେନ୍ ଅଞ୍ଚଳର ବୋଲି ଜଣାପଡିଥିଲା । ତତକ୍ଷଣାତ୍ ସାଇବର ବିଶେଷଜ୍ଞ ଏହି ବ୍ୟକ୍ତିଙ୍କ ସୂଚନା ବାହାର କରିବା ସହ ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ ଜିଲ୍ଲା ପୋଲିସକୁ ଆଲର୍ଟ କରାଇଥିଲେ।
ପରେ ରାଜୗେରୀ ଗାର୍ଡେନ୍ ପୋଲିସ୍ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ସେଠାରେ ତାଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଥାଇରଏଡ ଚିକିତ୍ସାରେ ବ୍ୟବହୃତ ଔଷଧର ଚାଳିଶ ପଚାଶ ବୋତଲ ସେ ପିଇଦେଇଥିଲେ। ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିବା ବେଳେ ସେ ଫେରି ଆସନ୍ତୁ ବୋଲି ଚାହୁଁଥିଲେ ସମ୍ପୃକ୍ତ ବ୍ୟକ୍ତି ।
ସିଗ୍ନେଚର ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ, ଆୟଲ୍ୟାଣ୍ଡରୁ ଆସିଥିଲା ଆଲର୍ଟ
ଗତ ସେପ୍ଟେମ୍ବର ମାସ ୧୦ ତାରିଖ ଦିନ ଏକ ସୁଇସାଇଡ୍ ଆଲର୍ଟ ମେସେଜ୍ ଆସିଥିଲା ଦିଲ୍ଲୀ ପୋଲିସର ସାଇବର ସେଲକୁ । ଫେସବୁକ୍ ଯୁବକଙ୍କ ସୂଚନା ଓ ଲୋକେସନ୍ ଶେୟାର କରିବା ସହ ସେ ସିଗ୍ନେଚର ବ୍ରିଜ ନିକଟରେ ଅଛି ଏବଂ ଯେକୗେଣସି ସମୟରେ ଆତ୍ମହତ୍ୟା ଉଦ୍ୟମ କରିପାରେ ବୋଲି ଜଣାଇଥିଲା। ସାଇବର ସେଲ୍ ମାମଲାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ପୋଲିସକୁ ଆଲର୍ଟ କରିଥିଲେ । ଯାହା ପରେ ତାକୁ ଉଦ୍ଧାର କରିବା ସହ କାଉନସିଲିଂ କରାଯାଇଥିଲା ।
ସମ୍ପୃକ୍ତ ଯୁବକ ଜଣକ ଏମବିଏ ପଢୁଥିବା ବେଳେ ଅଧାରୁ ଛାଡି ଦେଇଥିଲା । ପରେ ପ୍ରେମ ସମ୍ପର୍କ ମଧ୍ୟ ଭାଙ୍ଗିଯିବାରୁ ଚିନ୍ତିତ ହୋଇପଡିଥିଲା ସେ । ଯେଉଁଥିପାଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲା ।