୭ ମାସ ପରେ ଚଳଚଞ୍ଚଳ ପୁରୀ ରେଳ ଷ୍ଟସନ୍‌

1 min read

ପୁରୀ: ଦୀର୍ଘ ୭ ମାସ ପରେ ପୁରୀରୁ ଗଡ଼ିବ ଯାତ୍ରୀବାହି ଟ୍ରେନ୍ । କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ୍‌ ଆସିବା ପରେ ଗୁରୁବାରଠାରୁ ପୁରୀରୁ ଟ୍ରେନ୍‌ ଚାଲିବ ବୋଲି ନିଷ୍ପତି ହୋଇଛି । ଆଜି ପ୍ରଥମ ଦିନରେ ଅପରାହ୍ନ ୫ଟା ୩୦ରେ ପୁରୀ-ଅହମ୍ମଦାବାଦ, ସନ୍ଧ୍ୟା ୬.୩୦ରେ ପୁରୀ ଦୁର୍ଗ ଏବଂ ରାତି ୯.୪୫ରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ପୁରୀରୁ ଛାଡ଼ିବ ବୋଲି ସୂଚନା ମିଳିଛି ।

Puriu railway Station

କୋଭିଡ୍‌ ୧୯ କଟକଣାକୁ ନେଇ ଦୀର୍ଘ ୭ ମାସ ଧରି ପୁରୀରୁ ଯାତ୍ରୀବାହି ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଟ୍ରେନ୍‌କୁ କୋଚିଂ ଡିପୋରେ ସାନିଟାଇଜ୍‌ କରାଯିବା ସହ, ସମଗ୍ର ପ୍ଲାଟ୍‌ଫର୍ମ ଅଞ୍ଚଳକୁ ତିନିଥର ସାନିଟାଇଜ୍‌ କରାଯାଉଛି । ଯାତ୍ରୀ ମାନଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ପ୍ଲାଟଫର୍ମରେ ଗୋଲେଇ ମାର୍କିଂ କରାଯାଇଛି । ଯେଉଁଥିରେ ଯାତ୍ରୀମାନେ ସାମାଜିକ ଦୂରତା ରକ୍ଷାକରି ଟ୍ରେନକୁ ଅପେକ୍ଷା କରିପାରିବେ ।

ତେବେ ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶ କରିବା ସମୟରେ ଯାତ୍ରୀମାନେ ନିଜ ହାତ ସାନିଟାଇଜ କରିବାକୁ ସାନିଟାଇଜର ମେସିନ ମଧ୍ୟ ରହିଛି । ଆଇନ ଶୃଙ୍ଖଳା ଓ କରୋନା ଗାଇଡ୍‌ଲାଇନ୍‌କୁ କିଭଳି ଅନୁପାଳନ କରାଯିବ ସେନେଇ ଆରପିଏଫ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରୀମାନଙ୍କ ଲଗେଜ୍‌ ମଧ୍ୟ ଚେକ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply