ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇଥିଲା ଆଦିଲ, ଛାତ୍ର ଭିସାରେ ଯାଇଥିଲା ପାକିସ୍ତାନ
1 min read
ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀର ପହଲଗାମ ଆକ୍ରମଣ ଘଟଣାରେ ଆଦିଲ ଅହମ୍ମଦ ଠୋକର ଆତଙ୍କବାଦୀଙ୍କୁ କରିଥିଲା ସାହାଯ୍ୟ । ଆଦିଲ ସେହି ବ୍ୟକ୍ତି ଯିଏ କି ଆତଙ୍କବାଦୀଙ୍କୁ ଭାରତରେ ଗୁପ୍ତ ଭାବେ ପ୍ରବେଶ କରାଇଥିଲା ।
ଆଦିଲ ବିଜବେହାରାର ଏକ ଛୋଟ ଗାଁ ଗୁରିର ବାସିନ୍ଦା । ଗୁଇନ୍ଦା ସଂସ୍ଥା ଅନୁସାରେ, ପାକିସ୍ତାନ ଅତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଏବଂ ଆକ୍ରମଣ ଷଡ଼ଯନ୍ତ୍ର କରିବାରେ ସାହାଯ୍ୟ କରିଥିଲା ।
ଆଦିଲ ୨୦୧୮ରେ ଛାତ୍ର ଭିସା ଜରିଆରେ ପାକିସ୍ତାନ ଯାଇଥିଲା । ସେ ମୌଳବାଦୀ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇଥିଲା । ସୀମା ପାରରେ କାମ କରୁଥିବା ସଂଗଠନର ମୁଖ୍ୟମାନଙ୍କ ସହ ଯୋଗାଯୋଗରେ ଥିଲା । ଏହି ସମୟରେ ସେ ପ୍ରାୟ ୮ ମାସ ଯାଏ ସୁରକ୍ଷା କର୍ମୀ ଏବଂ ଏଜେନ୍ସିମାନଙ୍କ ଦୃଷ୍ଟିରେ ନିଖୋଜ ଥିଲା । ଭାରତୀୟ ଗୁଇନ୍ଦା ସଂସ୍ଥା ତା ଘର ଏବଂ ସୋସିଆଲ ମିଡିଆ ଉପରେ ନଜର ରଖିଥିଲା । ୨୦୨୪ ଅକ୍ଟୋବରରେ ଆଦିଲ ପୁଞ୍ଚ-ରାଜୌରୀ ଅଞ୍ଚଳର ଦୁର୍ଗମ ଅଞ୍ଚଳ ଦେଇ ଭାରତରେ ପଶିଥିଲା । ୩ରୁ ୪ ଜଣିଆ ଦଳ ସହ ସେ ଏଲଓସି ପାର୍ କରିଥିଲା । ସେ ଆତଙ୍କବାଦୀଙ୍କୁ କିଛି ସମୟ ପାଇଁ ଆଶ୍ରୟ ମଧ୍ୟ ଦେଇଥିଲା । ଅନନ୍ତନାଗ ଯାତ୍ରା ଯୋଗୁ ବୈସାରଣ ଉପତ୍ୟାକା ବନ୍ଦ ଥିଲା । ଏହା ମାର୍ଚ୍ଚ ମାସରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଥିବାରୁ ଏହାର ସୁଯୋଗ ନେଇ ଆକ୍ରମଣ କରିବା ଆତଙ୍କବାଦୀ ନିଷ୍ପତ୍ତି ନେଇଥିଲେ ।