ଅନୁଭବଙ୍କ ଘର ଛାଡିଲେ ବର୍ଷା ପ୍ରିୟଦର୍ଶିନୀ

1 min read

କଟକ: ଦୀର୍ଘ ଦିନର ବାଦ ବିବାଦ  । ଗୋଟିଏ ଘରେ ଚାଲିଥିବା କନ୍ଦଳରେ ଲାଗିଛି ବିରାମ  । ଷ୍ଟାର ଦମ୍ପତିଙ୍କ ବିବାଦରେ ଆଉ ଏକ ଘଟଣା  । ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଛାଡ଼ିଛନ୍ତି ଶାଶୁ ଘର, ସ୍ୱାମୀ ଅନୁଭବଙ୍କୁ ମିଳିଛି ଆଶ୍ୱସ୍ତି  ।  ପତି-ପତ୍ନୀଙ୍କ ମଧ୍ୟରେ ବିବାହ ବିଛେଦ ମାମଲା କଟକରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି  । ଏହାରି ଭିତରେ ନିଜ ଘର ଛାଡିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି  । ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନିଜ ଶାଶୁ ଘରେ ରହିବାର ହକ୍ ମାଧ୍ୟମରେ ରହିଆସୁଥିଲେ  ।

କିନ୍ତୁ କଟକର ଅନ୍ୟ ଏକ ଅଞ୍ଚଳରେ ଭଡ଼ା ଘର ନେଇ ଅନ୍ୟତ୍ର ରହିଆସୁଥିଲେ ସ୍ୱାମୀ ତଥା ଅନୁଭବ ମହାନ୍ତିଙ୍କ ପରିବାର  । ପିତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବା, ପରିବାରର ଲୋକେ ନିଜ ଘରେ ବିବାଦ ହେଉଥିବାରୁ ଶାନ୍ତି ସହବସ୍ଥାନ କରିପାରୁନଥିବା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ  । ବର୍ଷା ପ୍ରିୟଦର୍ଶିନୀ ଘର ଛାଡନ୍ତୁ ବୋଲି କହିଥିଲେ ଅନୁଭବ  । ପ୍ରତିବଦଳରେ ସେ ଯେଉଁଠି ରହିବେ ତାହାର ସମସ୍ତ ଖର୍ଚ୍ଚ ସ୍ୱାମୀ ଅନୁଭବ ବହନ କରିବେ ବୋଲି ମଧ୍ୟ କହିଥିଲେ  । ଏନେଇ କୋର୍ଟ ମଧ୍ୟ ରାୟ ପ୍ରକାଶ କରି ଘର ଛାଡିବା ନେଇ ବର୍ଷାଙ୍କୁ କହିଥିଲେ  ।

ଅକ୍ଟୋବର ୩୦ ତାରିଖ ସୁଦ୍ଧା ଘର ଛାଡ଼ିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଦୌରାଜଜ୍ କୋର୍ଟ ।  କୋର୍ଟଙ୍କ ନିର୍ଦ୍ଦେଶ ପରେ  ବର୍ଷା ଶାଶୁ ଘର ଛାଡ଼ିବା ନିଷ୍ପତ୍ତି ନେଇଥିଲେ  । କିନ୍ତୁ ବର୍ଷା ଘର ଛାଡିବା ପରେ ମଧ୍ୟ ଗୃହପ୍ରବେଶ କରି ନାହାଁନ୍ତି ସ୍ୱାମୀ ଅନୁଭବ । ଏନେଇ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅନୁଭବ । ପୋଲିସ ଉପସ୍ଥିତିରେ ଘର ଯାଞ୍ଚ ପାଇଁ ଲିଖିତ ଭାବେ ଜଣାଇଛନ୍ତି ଅନୁଭବ । ପୋଲିସ ଯାଞ୍ଚ କରିବା ପରେ ଘରକୁ ପ୍ରବେଶ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଅନୁଭବ ମହାନ୍ତି  ।