ଏକାନ୍ତରେ ଅନୁଭବଙ୍କ ମନର ବେଦନା…
1 min readକଟକ: ଜୀବନର କଷ୍ଟ ଓ ସଂଘର୍ଷର କାହାଣୀକୁ ସୋସିଆଲ ମିଡିଆରେ କହି ଭାବ ବିରହ୍ୱଳ ହୋଇପଡିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ନିଜ ଜୀବନର ଯନ୍ତ୍ରଣାକୁ ପ୍ରଥମ ଥର ପାଇଁ ସର୍ବ ସମ୍ମୁଖରେ କହିଲେ । ଜୀବନରେ ଭଲ ପାଇ ଭୁଲ କରିଦେଇ ନଥିବା ନେଇ ମଧ୍ୟ ସିଧାସଳଖ କହିଛନ୍ତି ସାଂସଦ । ଅନୁଭବ କହିଛନ୍ତି, ପରିବାରର ଅନିଛା ସ୍ୱତେ ସମସ୍ତଙ୍କୁ ରାଜି କରାଇଥିଲି । ପ୍ରେମ କରି ବିବାହ କରିଥିଲି । କିନ୍ତୁ ଏହି ନିଷ୍ପତ୍ତି ହିଁ ଥିଲା ଜୀବନର ସବୁଠୁ ବଡ଼ ଭୁଲ ।
https://www.youtube.com/watch?v=oH3BjNc5AiU
ଏଥି ସହ କ୍ୟାରିୟରର ଆରମ୍ଭରୁ କେମିତି ସଂଘ୍ରଷ କରିଛନ୍ତି । ପରିବାର ପ୍ରତିଷ୍ଠା ପାଇବାକୁ କେତେ ଯେ ସଂଗ୍ରାମ କରିବାକୁ ପଡିଛି ସେନାଇ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ପ୍ରାୟ ଅଧ ଘଣ୍ଟାଏ ଧରି ସୋସିଆଲ ମିଡିଆରେ ଅନେକ ପ୍ରସଙ୍ଗକୁ ଭିଡିଓରେ ଉତଥାପନ କରିଛନ୍ତି । ଏହି ସମସ୍ତ ପ୍ରସଙ୍ଗ କେବଳ ନିଜସ୍ୱ ଏବଂ ପାରିବାରିକ ମାମଲା ସହ ଜଡ଼ିତ । ବିବାହ ଓ ବିବାଦର କଥାକୁ ଖୁଲମଖୋଲା କହିଛନ୍ତି ସେ, ଯଦିବା କୌଣସି ମହିଳାଙ୍କ ନାମକୁ ପ୍ରକାଶ କରିନାହାଁନ୍ତି ।