ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫୋନ୍ ବ୍ୟବହାର କରୁଛନ୍ତି ରିୟା ! କଙ୍ଗନା ଦେଲେ ପ୍ରମାଣ

1 min read

ମୁମ୍ବାଇ: ସମୟ ବଢ଼ିବା ସହ ବଢ଼ୁଛି ସସପେନ୍ସ । ଦିବଙ୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ରହସ୍ୟ ଖୋଲିବା ବଦଳରେ ଗୁନ୍ଥି ହୋଇ ଯାଉଛି । ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ଉପରେ କେତକ ଅଭିଯୋଗ କରିଛନ୍ତି । ଏହି ସମୟରେ ସୋସିଆଲ୍ ମିଡିଆରେ ମଧ୍ୟ କେତକ ବୟାନ ଓ ପୋଷ୍ଚ ସେୟାର କରାଯାଉଛି । ଯେଉଁଥିପାଇଁ ସୁଶାନ୍ତଙ୍କ ସୁଇସାଇଡ୍ ମାମଲାର ସମୀକରଣ ବଦଳିବାରେ ଲାଗିଛି ।

ସୁଶାନ୍ତଙ୍କ ଫୋନ୍ ବ୍ୟବହାର କରୁଛନ୍ତି ରିୟା ?

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାରମ୍ବାର ଅନେକ ଖୁଲାସା କରୁଥିବା କଙ୍ଗନା ରଣାୱତ ପୁଣି ଥରେ ସୋସିଆଲ୍ ମିଡିଆରେ ଆଉ ଏକ ବଡ଼ କଥା କହିଛନ୍ତି । ଘଟଣା ହେଉଛି ଏମିତି ଜଣେ ୟୁଜର ସୋସିଆଲ୍ ମିଡିଆରେ ଏକ ସ୍କ୍ରିନ୍ ସଟ୍ ସେୟାର କରି ଲେଖିଥିଲେ ସୁଶାନ୍ତ ସୋସିଆଲ୍ ମିଡିଆରେ ଆଲିୟା ଭଟ୍ଟଙ୍କୁ ଫଲୋ କରୁଛନ୍ତି । ତେବେ, ଏଥିରେ ସେମିତି କିଛି ବଡ଼ କଥା ନାହିଁ । ତେବେ, ଗମ୍ଭୀର ବିଷୟ ହେଉଛି ଏସବୁ ସୁଶାନ୍ତଙ୍କ ମୃତ୍ୟୁ ପରେ ହେଉଛି । ଯେତେବେଳେ କି ସୁଶାନ୍ତ ଦୁନିଆରେ ନାହାଁନ୍ତି ତ ତାଙ୍କ ଆକାଉଣ୍ଟରୁ କିଏ କେମିତି କାହାକୁ ଫଲୋ କରିବ ? ଏହାକୁ ନେଇ କଙ୍ଗନା ରଣାୱତ ବଡ଼ ବୟାନ ଦେଇଛନ୍ତି ।

https://twitter.com/Abhiraj096/status/1288236616058671105

କଙ୍ଗନାଙ୍କ ଟିମ୍ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ୍ ଏମିତି ପୋଷ୍ଟ କରିଛି ଯାହା ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ସୁଶାନ୍ତଙ୍କ ମୃତ୍ୟୁ ପରେ ବି ତାଙ୍କ ଫୋନର ବ୍ୟବହାର କରାଯାଉଛି । ଏଥିରେ ମହେଶ ଭଟ୍ଟଙ୍କୁ ମଧ୍ୟ ଟଣାଯାଇଛି । କଙ୍ଗନାଙ୍କ ଟିମ୍ ଲେଖିଛି- ରିୟାଙ୍କ ପାଖରେ ସୁଶାନ୍ତଙ୍କ ସବୁ ଗ୍ୟାଜେଟ୍ସ ରହିଛି । ହୋଇଥାଇପାରେ ମହେଶ ଭଟ୍ଟଙ୍କ କହିବା ଅନୁସାରେ ଆଲିୟା ଭଟ୍ଟଙ୍କୁ ସୁଶାନ୍ତଙ୍କ ଆକାଉଣ୍ଟରୁ ଫଲୋ କରାଯାଇଛି । ଏବଂ ସୁଶାନ୍ତଙ୍କ କେତକ ପୋଷ୍ଟ ଡିଲିଟ୍ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି କଙ୍ଗନାଙ୍କ ଟିମ୍ । ଏଥିସହ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଏଫଆଇଆର୍ ଦେବା ପରେ ଏହି ସବୁ କଥା ସାମନାକୁ ଆସିଛି । ସୁଶାନ୍ତଙ୍କ ବାପା ଏଫଆଇଆରରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଲାପଟପ୍, ତାଙ୍କର ପାସୱାର୍ଡ ଓ କେତକ ଜୁଏଲାରୀ ନେଇ ଯାଇଥିବା ନେଇ ଅଭିଯୋଗ କରିଥିଲେ । ଏହା ପରେ ସୋସିଆଲ୍ ମିଡିଆରେ ରିୟା ଚକ୍ରବର୍ତ୍ତୀ ଟ୍ରୋଲ୍ ହେବାରେ ଲାଗିଛନ୍ତି । ଏତିକି ବେଳେ କଙ୍ଗନାଙ୍କ ଏପରି ବୟାନ ବିବାଦକୁ କେବଳ ବଢ଼ାଉନି ବରଂ ଅଲଗା ମୋଡ଼ ଦେଉଛି ।

https://www.youtube.com/watch?v=Zxf8JeL0Vnc

Leave a Reply