spot_img

Latest Posts

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ, କନ୍ଦାଇଦେବ ଲାଇଫ ଲାଇନ ଥିବା ଏହି ଫଟୋ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ବଡ ତାରକା ସିଦ୍ଧାର୍ଥ ଶୁକ୍ଲା ଆଉ ନାହାଁନ୍ତି । ଗତ ବର୍ଷ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରି ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ସାରା ଦେଶକୁ ଚକିତ କରି ଦେଇଛି । ସିଦ୍ଧାର୍ଥ ଶୁକ୍ଲାର ଶେଷ ପୋଷ୍ଟ ଦେଖି ସମସ୍ତେ ଭାବୁକ ହେଉଛନ୍ତି । ସିଦ୍ଧାର୍ଥ ଏହି ଫଟୋରେ ଲାଇଫ୍ ଲାଇନ୍ ଗ୍ରାଫ୍ ହାତରେ ଧରିଥିବା ଦୃଶ୍ୟମାନ ହେଉଛି ।

ସିଦ୍ଧାର୍ଥଙ୍କ ଶେଷ ପୋଷ୍ଟରେ, ତାଙ୍କ ହାତରେ ଏକ ଛବି ଅଛି, ଯାହା ଜଣଙ୍କର ନିଃଶ୍ୱାସର କାହାଣୀ ବର୍ଣ୍ଣନା କରୁଛି । ଏହି ରେଖା ଯେବେ ସିଧା ହୋଇଯାଏ ସେତେବେଳେ ସବୁକିଛି ଶେଷ ହୋଇଯାଏ । ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ସମାନ ଘଟଣା ଘଟିଛି। ଏହି ଲାଇଫ୍ ଲାଇନ୍ ଗ୍ରାଫ୍ ସିଧା ହୋଇଯାଇଛି । ତେବେ ସିଦ୍ଧାର୍ଥ ଅଗଷ୍ଟ ୨୪ ରେ ଏହି ପୋଷ୍ଟ କରିଥିଲେ ଏବଂ ଏହାର କାରଣ ମଧ୍ୟ ଭିନ୍ନ ଥିଲା ।

 

View this post on Instagram

 

A post shared by Sidharth Shukla (@realsidharthshukla)

 

ଏକ ସାଧା କାଗଜରେ ସିଦ୍ଧାର୍ଥଙ୍କ ହାତରେ ଏକ ଲାଇଫ୍ ଲାଇନ ଗ୍ରାଫ ନଜର ଆସୁଛି ଏବଂ ଏହା ଉପରେ ଲେଖା ହୋଇଛି – The Heros We Owe ଅର୍ଥାତ୍ ହିରୋ ଯେଉଁମାନଙ୍କ ପାଇଁ ଆମେ କୃତଜ୍ଞ । ଏହି ପୋଷ୍ଟରେ ସେ କୋଭିଡ -19 ସମୟରେ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ। ମେଡିକାଲ୍ ଏବଂ ନର୍ସିଂ କର୍ମଚାରୀ ଏବଂ ସେମାନଙ୍କ ବଳିଦାନକୁ ପ୍ରଶଂସା କରି ସିଦ୍ଧାର୍ଥ ଏହି ପୋଷ୍ଟ କରିଥିଲେ  ।

ରିପୋର୍ଟ ଅନୁଯାୟୀ, ହୃଦଘାତରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କୁହାଯାଉଛି ଯେ ସିଦ୍ଧାର୍ଥ ଶୁକ୍ଲା ରାତିରେ ଶୋଇବା ପୂର୍ବରୁ ଔଷଧ ଖାଇଥିଲେ। କିନ୍ତୁ କେଉଁ ଔଷଧ ନିଆଯାଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଯେ ରାତିରେ ଶୋଇବା ପରେ ସିଦ୍ଧାର୍ଥ ସକାଳେ ଆଉ ଉଠି ପାରିନଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରରେ ସାରା ଦେଶ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତଦେହ ବର୍ତ୍ତମାନ ମୁମ୍ବାଇର କପୁର୍ ହସ୍ପିଟାଲରେ ଅଛି, ଯେଉଁଠାରେ ମୃତଦେହର ପୋଷ୍ଟମର୍ଟମ କରାଯିବ। କୁହାଯାଉଛି ଯେ, ହୃଦଘାତରେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା ନିଶ୍ଚିତ କରିଛି।

Latest Posts

Don't Miss