ଛାତ୍ରଛାତ୍ରୀ ଜିଲ୍ଲାର ନାଁ କହିପାରିଲେନି ବୋଲି ଗୋଟିଏ ମାସର ଦରମା ଟଙ୍କା ହରାଇଲେ ଶିକ୍ଷକ

କଳାହାଣ୍ଡି: ଜିଲ୍ଲାର ନାଁ ପଚାରିଲେ କହିପାରୁ ନାହାନ୍ତି ପିଲା । ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଅସନ୍ତୋଷ । ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ କଳାହାଣ୍ଡି ଗସ୍ତ ସମୟରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି । ଯାହା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମନ୍ତ୍ରୀ ସମୀର ଦାସ ।

ବିଭିନ୍ନ ସ୍କୁଲରେ ଅଚାନକ ପହଞ୍ଚି ସମୀକ୍ଷା କରିଥିଲେ ମନ୍ତ୍ରୀ । ଶିକ୍ଷାରେ ଅବହେଳା କରିଥିବାରୁ କାରଣ ଦର୍ଶାଅ ନୋଟିସ ସହ ଶିକ୍ଷକଙ୍କ ଫେବ୍ରୁଆରୀ ମାସର ବନ୍ଦ ଦରମାକୁ ବନ୍ଦ କରିଛନ୍ତି ।

ଇଂରାଜୀ ଶିକ୍ଷାରେ ସ୍କୁଲ ପଛରେ ଥିବା ଜାଣିବାକୁ ପାଇଥିଲେ ମନ୍ତ୍ରୀ । ଖରାପ ଶିକ୍ଷାଦାନ ପାଇଁ ଭବାନୀପାଟଣା ବିମ୍ବାଧର ସରକାରୀ ସ୍କୁଲର ଇଂରାଜୀ ଓ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ ।

ଏହାସହ ବନ୍ଦ କରିଛନ୍ତି ଗୋଟିଏ ମାସର ଦରମା । ସେହିପରି କର୍ଲାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନର ମାନ କମ ଥିବାରୁ ସହକାରୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ ।

Leave a Reply